• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 28th June 2024: ଏହି ରାଶିର ବ୍ୟକ୍ତି ଆଜି ବ୍ୟବସାୟରେ ଲାଭବାନ ହେବେ

ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ଶୁକ୍ରବାର। ଚନ୍ଦ୍ର- ମୀନ ଅହୋରାତ୍ର। ତିଥି- ୭ମୀ ଦିବା ୦୪.୨୭ ଗତେ ୮ମୀ। ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର। ଘାତବାର- ବିଛା , ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୧୦.୧୦ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ଦିବା ୦୪.୨୭ ପର୍ଯ୍ୟନ୍ତ।

Leo

ସିଂହ

Friday 28 Jun 2024

ମଘା- ପେଶା, ବ୍ୟବସାୟ, ଭାଗୀଦାରୀ ଓ ବନ୍ଧୁ ମିତ୍ରଙ୍କ ଦ୍ୱାରା ଲାଭବାନ ହେବେ । କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇ ଉତ୍ତମ ରୋଜଗାର କରିପାରିବେ । ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ ।

ପୂ,ଫାଲଗୁନି- ଅର୍ଥନୈତିକ ପ୍ରଗତି ସହ ସାମାଜିକ ପ୍ରତିଷ୍ଠା ବୃଦ୍ଧିରେ ସହାୟକ ହେବ । ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ ।

ଉ,ଫାଲଗୁନି- ପ୍ରତିଯୋଗିତାରେ ଦୁଃସାହସିକ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ । ପ୍ରେମୀଯୁଗଳମାନେ ନିଜ ମନର କଥା ଖୋଲା ହୃଦୟରେ କଥା ହୋଇପାରିବେ । ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ପାଇଁ ଚେଷ୍ଟିତ ହେବେ ।

ପ୍ରତିକାର – ସୂର୍ଯ୍ୟ ଦେବତାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :