• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 28th June 2024: ଏହି ରାଶିର ବ୍ୟକ୍ତି ଆଜି ବ୍ୟବସାୟରେ ଲାଭବାନ ହେବେ

ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ଶୁକ୍ରବାର। ଚନ୍ଦ୍ର- ମୀନ ଅହୋରାତ୍ର। ତିଥି- ୭ମୀ ଦିବା ୦୪.୨୭ ଗତେ ୮ମୀ। ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର। ଘାତବାର- ବିଛା , ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୧୦.୧୦ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ଦିବା ୦୪.୨୭ ପର୍ଯ୍ୟନ୍ତ।

Pisces

ମୀନ

Friday 28 Jun 2024

ପୂ,ଭାଦ୍ରପଦ- ପରିବାର ସଦସ୍ୟଙ୍କ ସବୁ ଦାୟିତ୍ୱକୁ ପୂରଣ କରିବେ । ଜୀବନ ସାଥୀଙ୍କ ସହିତ ନୂଆ ଜାଗାକୁ ବୁଲିଯିବା ପାଇଁ ଯୋଜନା କରିବେ । ଆର୍ଥିକ ପରିସ୍ଥିତି ଆଜି ଅନୁକୂଳ ରହିବ ।

ଉ,ଭାଦ୍ରପଦ- ଲୋକଙ୍କ ସହିତ ଗପି ଆପଣଙ୍କର ବହୁମୂଲ୍ୟ ସମୟ ଆଜି ବର୍ବାଦ କରନ୍ତୁ ନାହିଁ । ବିଦ୍ୟାର୍ଥୀମାନେ ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳତା ଅର୍ଜନ କରିବେ । କାର୍ଯ୍ୟାଳୟରେ ଉତ୍ତମ କାର‌୍ୟ୍ୟ କରିବା ପାଇଁ ଉପହାର ମିଳି ପାରେ।

ରେବତୀ- ପରିବହନରେ କିଛି ସମସ୍ୟା ଦେଖାଦେବ କିନ୍ତୁ ସେଥିରୁ ସହଜରେ ମୁକୁଳି ଯିବେ । ନୂତନ ଗୃହ ଓ ଜମି କ୍ରୟ କରିବେ । ମହିଳାମାନେ ସ୍ୱାସ୍ଥ୍ୟ ଚିନ୍ତା କରିବେ ।

ପ୍ରତିକାର- ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :