ଭାଗ୍ୟ ଉଦ୍ୟୋଗୀ ହେବା ସହିତ ବ୍ୟବସାୟ-ବାଣିଜ୍ୟରେ ଲାଭ ମିଳିବ । ପରିବାରରେ ସୁଖ-ପ୍ରୀତି ବୃଦ୍ଧି ପାଇବ । ଅଫିସରେ କରିଥିବା କାମର ଶ୍ରେୟ କାହାରିକୁ ଦିଅନ୍ତୁ ନାହିଁ । ଧର୍ମ ଭାବନାରୁ ମନ ଦୂରେଇବେ ।
ମଘା-ପରିବାରରେ ପିଲାମାନଙ୍କ ମେଳରେ ଖୁସିରେ ସମୟ କାଟିବେ । ଗ୍ରାହକଙ୍କ ସହ ତର୍କ ବିତର୍କ ହେବା ଫଳରେ ବାଣିଜ୍ୟ କ୍ଷେତ୍ରରେ ସାମାନ୍ୟ କ୍ଷତି ହୋଇପାରେ । ଚର୍ମରୋଗ ଦେଖାଦେଇପାରେ । ପୂ,ଫାଲଗୁନି- ଚାକିରୀରେ ସମସ୍ୟା ଦେଖାଦେବା ସହ ସ୍ଥାନାନ୍ତରଣର ଯୋଗ ରହିଛି । ଶିକ୍ଷାର୍ଥୀମାନେ ଶିକ୍ଷାପ୍ରତି ଯତ୍ନଶୀଳ ରହିଲେ ସଫଳତା ପ୍ରାପ୍ତ କରିବେ । ରାଜନୀତିରେ ଦଳୀୟ ବିବାଦ ଉପୁଜିପାରେ । ଉ,ଫାଲଗୁନି- ସଭାସମିତିରେ ସଂଯମତା ରକ୍ଷା ନକଲେ ବିବାଦଗ୍ରସ୍ତ ହୋଇପଡ଼ିବେ । ଆଜି ଅଧିକାଂଶ ସମୟ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ। ପିଲାଙ୍କ ସହ ଖୁସିଗପ କରିବାର ମଉକା ଜୁଟିବ ।
ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧
ଭାଗ୍ୟ ଉଦ୍ୟୋଗୀ ହେବା ସହିତ ବ୍ୟବସାୟ-ବାଣିଜ୍ୟରେ ଲାଭ ମିଳିବ । ପରିବାରରେ ସୁଖ-ପ୍ରୀତି ବୃଦ୍ଧି ପାଇବ । ଅଫିସରେ କରିଥିବା କାମର ଶ୍ରେୟ କାହାରିକୁ ଦିଅନ୍ତୁ ନାହିଁ । ଧର୍ମ ଭାବନାରୁ ମନ ଦୂରେଇବେ । ଶିକ୍ଷା ଓ କ୍ୟାରିୟର କ୍ଷେତ୍ରରେ ଆଗକୁ ବଢିବାର ସୁଯୋଗ ମିଳିବ । ତେଣୁ ନିଷ୍ଠାପର ଭାବରେ ପ୍ରୟାସ ଜାରି ରଖିବ ।