ଭାଗ୍ୟ ଉଦ୍ୟୋଗୀ ହେବା ସହିତ ବ୍ୟବସାୟ-ବାଣିଜ୍ୟରେ ଲାଭ ମିଳିବ । ପରିବାରରେ ସୁଖ-ପ୍ରୀତି ବୃଦ୍ଧି ପାଇବ । ଅଫିସରେ କରିଥିବା କାମର ଶ୍ରେୟ କାହାରିକୁ ଦିଅନ୍ତୁ ନାହିଁ । ଧର୍ମ ଭାବନାରୁ ମନ ଦୂରେଇବେ ।
ମୃଗଶିରା-ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ତାହା କୌଶଳ କ୍ରମେ ସମାଧାନ ହେବ । ନୂଆ କାମରେ ଘର ଲୋକ ସାହାଯ୍ୟ କରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବା ଫଳରେ ବ୍ୟବସାୟରେ ପରିବର୍ତ୍ତନ ହେବ । ଆଦ୍ରା- ବିଦ୍ୟାର୍ଥୀ ପାଠପଢାରେ ଧ୍ୟାନ ଦେବେ । ନୂତନ ଚାକିରିରେ ପ୍ରତିଷ୍ଠିତ ହେବେ । ପ୍ରଶାସନିକ କ୍ଷେତ୍ରରେ ଶୁଭ ଫଳଲାଭ ପାଇପାରିବେ । ପୁନର୍ବସୁ- ପରିବାରର ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ। ଅନ୍ୟମାନଙ୍କୁ ଖୁସିରେ ରଖିବା ସକାଶେ ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ ବିଫଳ ହୋଇପାରନ୍ତି । ନୂତନ ପ୍ରକଳ୍ପ ଆରମ୍ଭ କରିପାରନ୍ତି ।
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫
ଭାଗ୍ୟ ଉଦ୍ୟୋଗୀ ହେବା ସହିତ ବ୍ୟବସାୟ-ବାଣିଜ୍ୟରେ ଲାଭ ମିଳିବ । ପରିବାରରେ ସୁଖ-ପ୍ରୀତି ବୃଦ୍ଧି ପାଇବ । ଅଫିସରେ କରିଥିବା କାମର ଶ୍ରେୟ କାହାରିକୁ ଦିଅନ୍ତୁ ନାହିଁ । ଧର୍ମ ଭାବନାରୁ ମନ ଦୂରେଇବେ । ଶିକ୍ଷା ଓ କ୍ୟାରିୟର କ୍ଷେତ୍ରରେ ଆଗକୁ ବଢିବାର ସୁଯୋଗ ମିଳିବ । ତେଣୁ ନିଷ୍ଠାପର ଭାବରେ ପ୍ରୟାସ ଜାରି ରଖିବ ।