ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ଶୁକ୍ରବାର । ଚନ୍ଦ୍ର- ତୁଳା ଦିବା ୦୧.୫୬ ଗତେ ବିଛା ତିଥି-୧୨ ଶୀ ରାତ୍ରି ୦୨.୨୬ ଗତେ ୧୩ ଶୀ ଘାତଚନ୍ଦ୍ର- ନାସ୍ତି ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶହାନି -ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୦୮.୨୭ ଗତେ ୧ ପାଦ-ପଶୁସମ୍ପଦ ନାଶ ଅନ୍ନ ଦାନ ରାତ୍ରି ୦୨.୨୬ ପର୍ଯ୍ୟନ୍ତ
ମଘା- ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ । ପେଟ ରୋଗରେ ଆକ୍ରାନ୍ତ ହୋଇପାରନ୍ତି । ପାରିବାରିକ ସମସ୍ୟାକୁ ସୁଧାରିବାକୁ ଚେଷ୍ଟା କରନ୍ତୁ । ବ୍ୟବସାୟରୁ ଲାଭ ପାଇପାରନ୍ତି ।
ପୂ,ଫାଲଗୁନି- ରାଜନୀତିରେ ବିରୋଧୀ ମାନେ ଦୂରେଇଯିବା ଫଳରେ ଅନେକ ଶୁଭ କର୍ମର ସୁଯୋଗ ପାଇବେ । ମାନସିକ ସ୍ଥିତି ଭଲ ରହିବା ସହିତ ଶରୀର ସୁସ୍ଥ ରହିବ । ମିଷ୍ଟବଚନକୁ ନିଜର ଭୂଷଣଭାବି କର୍ମ କରିଲେ ଲାଭବାନ ହେବେ ।
ଉ,ଫାଲଗୁନି- ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । ପୈତୃକ ସମ୍ପତ୍ତିରେ ସମସ୍ୟା ଦେଖାଦେଇପାରେ । ଗୁରୁଜନଙ୍କ ସେବା କଲେ ଅନେକ ଆଶୀର୍ବାଦ ପାଇବେ ।
ପ୍ରତିକାର – ଶ୍ରୀ ରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧