ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ଶୁକ୍ରବାର । ଚନ୍ଦ୍ର- ତୁଳା ଦିବା ୦୧.୫୬ ଗତେ ବିଛା ତିଥି-୧୨ ଶୀ ରାତ୍ରି ୦୨.୨୬ ଗତେ ୧୩ ଶୀ ଘାତଚନ୍ଦ୍ର- ନାସ୍ତି ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶହାନି -ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୦୮.୨୭ ଗତେ ୧ ପାଦ-ପଶୁସମ୍ପଦ ନାଶ ଅନ୍ନ ଦାନ ରାତ୍ରି ୦୨.୨୬ ପର୍ଯ୍ୟନ୍ତ
ଚିତ୍ରା- ନିଜର ପ୍ରଭାବ ଓ ପରାକ୍ରମ ବଢିବା ସହ ପ୍ରଶଂସିତ ହେବେ । ଜନସେବାରେ ନିଜକୁ ନିୟୋଜିତ କରି ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ । ପୁରୁଣା ସମ୍ପର୍କରେ ତିକ୍ତତା ଆସିପାରେ ।
ସ୍ୱାତୀ- ଛାତ୍ରଛାତ୍ରୀ ମାନେ କଠିନ ପରିଶ୍ରମ କରିବା ସହିତ ପଢାପଢିରେ ମନଯୋଗ ଦେଇ ଉଚ୍ଚ ଶିକ୍ଷାରେ ସଫଳତା ହାସଲ କରିବେ । ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ବନ୍ଧୁ ବାନ୍ଧବଙ୍କ ଦ୍ୱାରା କୌଣସି ଜଟିଳ ସମସ୍ୟାର ସମାଧାନ କରିବେ ।
ବିଶାଖା- ଅଜଣା ବ୍ୟକ୍ତିଙ୍କୁ ସାହାଯ୍ୟ କରି ବିପଦରେ ପଡିବେ । ଆପଣଙ୍କ ପାଇଁ ଆଜି ଦିନଟି କୌତୁହଳ ଜନକ ରହିବ । ବନ୍ଧୁ ମେଳରେ ପ୍ରଶଂସିତ ହେବେ ।
ପ୍ରତିକାର – ଧଳା ରଙ୍ଗର ପୋଷାକ ପିନ୍ଧି ଘରୁ ବାହାରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬