• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 27th Dec 2022: ଏହି ରାଶିର ବ୍ୟକ୍ତିର ଆଜି ପ୍ରେମ ସମ୍ପର୍କରେ ତିକ୍ତତା ଦେଖାଦେବ

ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ମଙ୍ଗଳବାର । ଚନ୍ଦ୍ର – କୁମ୍ଭ ଅହୋରାତ୍ର,ତିଥି- ୫ମୀ ରାତ୍ରି ୧୦.୫୩ ଗତେ ୬ଷ୍ଠୀ,ଘାତ ଚନ୍ଦ୍ର- ମିଥୁନ , ମୀନ ଅହୋରାତ୍ର,ଘାତ ବାର – ମକର,ପୁଷ୍କର ଦୋଷ – ୧ପାଦ କୃଷିହାନି- ଭୂମିଦାନ ।

Scorpio

ବିଛା

Tuesday 27 Dec 2022

ବିଶାଖା – ବ୍ୟବସାୟରେ ଦୂର ଯାତ୍ରା କରିବାର ସୁଯୋଗ ରହିଛି । ପରିବାରରେ ସମସ୍ତଙ୍କୁ ସାହାର‌୍ୟ୍ୟ କରିବାରେ ସଫଳ ହେବେ । ସମ୍ପର୍କୀୟଙ୍କୁ ମିଥ୍ୟା ପ୍ରତିସୃତି ଦେଇ ସମାଲୋଚିତ ହୋଇପାରନ୍ତି । ଆଜିର ଯାତ୍ରା ସମୟରେ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ ହେବ ।

ଅନୁରାଧା –ଅଫିସରେ ଆପଣଙ୍କ କାମ ଦେଖି କର୍ତୁପକ୍ଷ ଖୁସି ହେବେ । ଛାତ୍ରିଙ୍କ ପାଇଁ ଦିନଟି ଲାଭ ପ୍ରଦ ହେବ । ବାଣିଜ୍ୟ ବ୍ୟବସାୟ, ଶେୟାର ବଜାର ଓ ପରିବହନରେ ଲାଭବାନ୍ ହେବେ । ନିଜ ଲୋକ ମାନଙ୍କ କଦର‌୍ୟ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ଧର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ ।

ଜ୍ୟେଷ୍ଠା – ମୂଲ୍ୟବାନ୍ ଜିନିଷ ଚୋରି ହୋଇପାରେ । ମହିଳା ମାନେ ଜିନିଷ କିଣିବାକୁ ସହରକୁ ଯାଇ ପାରନ୍ତି । ସାମାଜିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ଗଠନମୂଳକ କାର‌୍ୟ୍ୟରୁ ପ୍ରଂଶସିତ ହେବେ । ଉପରିିସ୍ଥଙ୍କ ଆଦେଶାନୁକ୍ରମେ ଦୂରଯାତ୍ରାର ସୁଯୋଗ ପାଇପାରନ୍ତି । କୈାଣସି ବ୍ୟକ୍ତି ଆପଣଙ୍କୁ କଡା କଥା ଶୁଣାଇ ପାରନ୍ତି ।

ପ୍ରତିକାର –ନୃସିଂହଙ୍କର ମନ୍ତ୍ର ପାଠ କରନ୍ତୁ ।

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :