• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 27th Dec 2022: ଏହି ରାଶିର ବ୍ୟକ୍ତିର ଆଜି ପ୍ରେମ ସମ୍ପର୍କରେ ତିକ୍ତତା ଦେଖାଦେବ

ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ମଙ୍ଗଳବାର । ଚନ୍ଦ୍ର – କୁମ୍ଭ ଅହୋରାତ୍ର,ତିଥି- ୫ମୀ ରାତ୍ରି ୧୦.୫୩ ଗତେ ୬ଷ୍ଠୀ,ଘାତ ଚନ୍ଦ୍ର- ମିଥୁନ , ମୀନ ଅହୋରାତ୍ର,ଘାତ ବାର – ମକର,ପୁଷ୍କର ଦୋଷ – ୧ପାଦ କୃଷିହାନି- ଭୂମିଦାନ ।

Pisces

ମୀନ

Tuesday 27 Dec 2022

ପୂ , ଭାଦ୍ରପଦ - ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ । ସାହିତ୍ୟ, ସଙ୍ଗିତ ଓ ସୃଜନାଶୀଳତା ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ନିଜର ମନ ଅନୁଯାୟୀ କର୍ମ କରିବେ । ସ୍ୱାର୍ଥ ପ୍ରବୃତିର ଶୀକାର ହୋଇ ସମ୍ପର୍କର ମଧୁର ସ୍ୱାଦ ଅନୁଭବ କରିବେ । ବାହାରେ ଖାଦ୍ୟ ଖାଇବା ଠାରୁ ଦୂରରେ ରୁହନ୍ତୁ । ଜୀବନ ସାଥିଙ୍କୁ ପ୍ରତ୍ୟେକ ଅସୁବିଧାରୁ ରକ୍ଷା କରିବାକୁ ଚେଷ୍ଟା କରିବେ ।

ଉ , ଭଦ୍ରପଦ - ରାଜନେତାଙ୍କ ସାହାର୍ଯ୍ୟ ସହଯୋଗ ମାଧ୍ୟମରେ ଯଶ ସମ୍ମାନର ଅଧିକାରୀ ହେବେ ସନ୍ତାନ ମାନଙ୍କ କୃତିତ୍ୱ ପାଇଁ ଗର୍ବ ଅନୁଭବ କରିବେ । ବିଦେଶରେ କାମ କରୁଥିବା ଲୋକମାନେ ପଦୋନ୍ନତି ପାଇ ପାରିବେ ।

ରେବତୀ – ମାଲିମକଦ୍ଧମାରେ ଜୟଯୁକ୍ତ ହେବେ । ଭାଗ୍ୟ ଆପଣଙ୍କୁ ବହୁତ ସମର୍ଥନ କରିବ ଓ କାର‌୍ୟ୍ୟ ଅବସ୍ଥା ଅନୁକୂଳ ହେବ । ମହିଳା ମାନଙ୍କର ମିଷ୍ଠାର୍ଣ୍ଣ ଭୋଜନର ଯୋଗ ରହିଛି । ଯଦି ଆପଣ ବହୁରାଷ୍ଟ୍ରୀୟ କମ୍ପାନୀରେ ଚାକିରି ପାଇଁ ଆବେଦନ କରି ସେଥିରେ ନିଶ୍ଚିନ୍ତ ଭାବରେ ସଫଳତା ପାଇବେ ।

ପ୍ରତିକାର - ଶ୍ରୀ ବିଷ୍ଣୁଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :