• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 27th Dec 2022: ଏହି ରାଶିର ବ୍ୟକ୍ତିର ଆଜି ପ୍ରେମ ସମ୍ପର୍କରେ ତିକ୍ତତା ଦେଖାଦେବ

ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ମଙ୍ଗଳବାର । ଚନ୍ଦ୍ର – କୁମ୍ଭ ଅହୋରାତ୍ର,ତିଥି- ୫ମୀ ରାତ୍ରି ୧୦.୫୩ ଗତେ ୬ଷ୍ଠୀ,ଘାତ ଚନ୍ଦ୍ର- ମିଥୁନ , ମୀନ ଅହୋରାତ୍ର,ଘାତ ବାର – ମକର,ପୁଷ୍କର ଦୋଷ – ୧ପାଦ କୃଷିହାନି- ଭୂମିଦାନ ।

Gemini

ମିଥୁନ

Tuesday 27 Dec 2022

ମୃଗଶିରା - ଏକତରଫା ଚିନ୍ତା ଆପଣଙ୍କୁ ଅସୁବିଧାରେ ପକାଇ ପାରେ । ବନ୍ଧୁ, ପରିଜନକୁ ନିଜର ମନ କଥା କୁହନ୍ତୁ । କୈାଣସି କାମରେ ଯଥେଷ୍ଟ ଲାଭ ହେବ । ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ । କଠିନ ପରିଶ୍ରମ କରିବା ଦ୍ୱାରା ଯଶ ମାନ ସମ୍ମାନ ମିଳିବ । ବ୍ୟବସାୟ କ୍ଷେତ୍ରରେ ପରିବର୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ ।

ଆଦ୍ରା - ଶିକ୍ଷାରେ ପ୍ରଗତି ହେବାରେ ସମ୍ଭାବନା ଅଛି । ରାଜନିତିରେ ବିଶେଷ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନିଅନ୍ତୁ । ବ୍ୟବସାୟରେ ସାମାନ୍ୟ କ୍ଷତି ହୋଇପାରେ । ପରିବାର ସଦସ୍ୟଙ୍କ ସହିତ ଆପଣଙ୍କର ଆଚରଣ ଭଲ ରହିବ । ଆଚାର ବ୍ୟବହାର , କଥାବାର୍ତାରେ ଆୟତ ନ ରଖିଲେ ଅସୁବିଧାରେ ପଡିପାରନ୍ତି ।

ପୁନର୍ବସୁ - ନୂଆ ଘର ତିଆରି କରିବେ । ମହିଳା ମାନେ ବାହାରକୁ ବୁଲିବ ପାଇଁ ଯିବେ । ଚାକିରୀ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହିତ ବିରୋଧି ଭାବର ଅବସାନ ଘଟିବ ଏବଂ କାର୍ଯ୍ୟ କ୍ଷେତ୍ରରେ ପରିବର୍ତନ ହେବ । ସାମ୍ବାଦିକମାନେ କୈାଣସି ଶୁଭ ସମାଚାର ଶୁଣିବାକୁ ପାଇବେ । ସମାଜ ସେବା କାର୍ଯ୍ୟରେ ଯୋଗ ଦେବେ ।

ପ୍ରତିକାର –ଦର୍ତାତ୍ରେୟଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ ।

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :