• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 27th Dec 2022: ଏହି ରାଶିର ବ୍ୟକ୍ତିର ଆଜି ପ୍ରେମ ସମ୍ପର୍କରେ ତିକ୍ତତା ଦେଖାଦେବ

ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ମଙ୍ଗଳବାର । ଚନ୍ଦ୍ର – କୁମ୍ଭ ଅହୋରାତ୍ର,ତିଥି- ୫ମୀ ରାତ୍ରି ୧୦.୫୩ ଗତେ ୬ଷ୍ଠୀ,ଘାତ ଚନ୍ଦ୍ର- ମିଥୁନ , ମୀନ ଅହୋରାତ୍ର,ଘାତ ବାର – ମକର,ପୁଷ୍କର ଦୋଷ – ୧ପାଦ କୃଷିହାନି- ଭୂମିଦାନ ।

Taurus

ବୃଷ

Tuesday 27 Dec 2022

କୃତିକା - ଅଧିକ ଚିନ୍ତା କରିଲେ ମାନସିକ ଶାନ୍ତି ଭଙ୍ଗ ହେବ । ପ୍ରେମ ଜୀବନ ଭଲ ରହିବ । ଦୀର୍ଘଦିନ ଧରି ପ୍ରୟାସ କରି ଆସୁଥିବା କାମରେ ସଫଳ ହେବେ। ଚାକିରିରେ କ୍ରୋଧର ବଶବର୍ତୀ ହୁଅନ୍ତୁ ନାହିଁ । ଆପଣଙ୍କ ପିଲା ବ୍ୟବସାୟ କାମରେ ଆପଣଙ୍କୁ ସହଯୋଗ କରିବେ । ଉତ୍ପାଦନ ସହିତ ଜଡିତ ବ୍ୟବସାୟ ବୃଦ୍ଧି ପାଇବା ସହ କୈାଣସି ସଂସ୍ଥାରୁ ସମ୍ମାନ ପାଇବାର ସମ୍ଭାବନା ଅଛି ।

ରୋହିଣୀ – ସମାଜରେ ଆପଣଙ୍କ ମାନ ସମ୍ମାନ ବଢିବ । ଶିକ୍ଷାର୍ଥୀ ଏକାନ୍ତରେ ପାଠ ପଢିବା ପାଇଁ ଚେଷ୍ଟା କରନ୍ତୁ । ରାଜନୀତିରେ କିଛି ସମସ୍ୟା ଆପଣ ବିଚଳିତ କରିପାରେ । ଦାମ୍ପତ୍ୟ ସୁଖରେ ମଧୁରତା ଆସିବ ଓ ଅଧିକ ଘନିଷ୍ଠତା ହେବ । ଧାର୍ମିକ କାର‌୍ୟ୍ୟରେ ରୁଚି ବୃଦ୍ଧି ହେବ । ଶତୃ ବୃଦ୍ଧି ଓ ଆର୍ଥିକ ଅନାଟନ ଦେଖା ଦେଇପାରେ ।

ମୃଗଶିରା – ପୈତୃକ ସମ୍ପତିକୁ ନେଇ ନିଜ ଲୋକ କ୍ଷତି କରିବା ପାଇଁ ଚେଷ୍ଟା କରିବେ । ମହିଳା ମାନେ ଉଚ୍ଚମନା ରହିବେ । ମନୋରଞନ କାର‌୍ୟ୍ୟରେ ବା କଳାସଙ୍ଗୀତ ଓ ନୃତ୍ୟ ଗୀତରେ ମଜ୍ଜି ରହିବେ । ରାସ୍ତାଘାଟରେ ଯଥେଷ୍ଟ ସତର୍କ ହୋଇ ଚଳିବା ଉଚିତ୍ । ସାମ୍ବାଦିକ ମାନେ ନିଜ କାର‌୍ୟ୍ୟରେ କୃତିତ୍ୱ ଲାଭ କରିବେ ।

ପ୍ରତିକାର – ମାଆ କମଳାଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :