ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ ବୁଧବାର । ଚନ୍ଦ୍ର – ମିଥୁନ ରାତ୍ରି ୧୨.୧୮ ଗତେ କର୍କଟ,ତିଥି –୬ଷ୍ଠୀ ଦିବା ୧୧.୨୮ ଗତେ ୭ମୀ,ଘାତ ଚନ୍ଦ୍ର – କନ୍ୟା ରାତ୍ରି ୧୨.୧୮ ପର୍ଯ୍ୟନ୍ତ,ଘାତ ବାର – କର୍କଟ,ପୁଷ୍କର ଦୋଷ – ୧ପାଦ - କୁଟୁମ୍ଭହାନି- ତିଳକାଞନ ଦାନ ଦିବା ୧୧.୨୮ ଗତେ ୨ ପାଦ ।
ବିଶାଖା- ଶରୀର ପାଇଁ ଚିନ୍ତା ଆଦୌ ରହିବ ନାହିଁ । ବୃତିଗତ ଧନ୍ଦାରୁ ବୈଷୟିକ ଅଭିବୃଦ୍ଧି ଘଟିବ । ମିତ୍ର ଆପଣଙ୍କ ପ୍ରଶଂସା କରିଲେ ମଧ୍ୟ ସାବଧାନ ରୁହନ୍ତୁ ।
ଅନୁରାଧା- ସାମାଜିକ ପ୍ରତିଷ୍ଠା ସହିତ ସୁଖ ସୈଭାଗ୍ୟ ପ୍ରଦାନ କରିବ । କର୍ତୁପକ୍ଷ ଆପଣଙ୍କୁ କୌଣସି ଦାୟିତ୍ୱ ଦେବେ । ବିଦ୍ୟାର୍ଥୀ ମାନେ ସଫଳତା ଲାଭ କରିବେ
ଜ୍ୟୋଷ୍ଠା- ଛୋଟବଡ ବିବାଦକୁ ଛାଡିଦେଲେ ସବୁ ଦୃଷ୍ଟିରୁ ଆପଣଙ୍କ ପାଇଁ ଅନୁକୂଳ ରହିବ । ରାଜନୀତିରେ ଲୋକ ସଂପର୍କ ବୃଦ୍ଧି ପାଇବ । ଗୃହିଣୀ ମାନେ କର୍ତବ୍ୟପରାୟଣ ରହିବେ ।
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯