• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 26th April 2023: ଏହି ରାଶିର ବ୍ୟକ୍ତି ଆଜି ଅଚାନକ ଭଲ ଖବର ଶୁଣି ଆନନ୍ଦିତ ହେବେ

ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ ବୁଧବାର । ଚନ୍ଦ୍ର – ମିଥୁନ ରାତ୍ରି ୧୨.୧୮ ଗତେ କର୍କଟ,ତିଥି –୬ଷ୍ଠୀ ଦିବା ୧୧.୨୮ ଗତେ ୭ମୀ,ଘାତ ଚନ୍ଦ୍ର – କନ୍ୟା ରାତ୍ରି ୧୨.୧୮ ପର୍ଯ୍ୟନ୍ତ,ଘାତ ବାର – କର୍କଟ,ପୁଷ୍କର ଦୋଷ – ୧ପାଦ - କୁଟୁମ୍ଭହାନି- ତିଳକାଞନ ଦାନ ଦିବା ୧୧.୨୮ ଗତେ ୨ ପାଦ ।

Sagittarius

ଧନୁ

Wednesday 26 Apr 2023

ମୂଳା- ବନ୍ଧୁ ମାନଙ୍କ ସହିତ ହସ ଖୁସିରେ ସମୟ କଟାଇବେ । ସାସ୍ଥ୍ୟ କ୍ଷେତ୍ରରେ ସାମାନ୍ୟ ଉନ୍ନତି ଦେଖାଦେବ । ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦିତା ବଢିବ । ଦୂର ଜାଗାକୁ ଭ୍ରମଣରେ ଯାଇ ପାରନ୍ତି ।

ପୂ, ଷାଢା- ଚାକିରି କ୍ଷେତ୍ରରେ ସହନଶୀଳତା ବଢିବ ଓ ପ୍ରଂଶସା ମିଳିବ । ସାମ୍ବାଦିକତା କ୍ଷେତ୍ରରେ ପ୍ରଂଶସା ସାଉଟିବେ । ରାଜନିତି ବିରୋଧୀ ସମ୍ମୁଖିନ ହେଲେ ମଧ୍ୟ ବିରୋଧୀ ଦଳ କିଛି କ୍ଷତି କରି ପାରିବେ ନାହିଁ ।

ଉ, ଷାଢା- ସଞ୍ଚୟ ଅଧିକ କରି ଖର୍ଚ୍ଚ କମ୍ କରନ୍ତୁ ନଚେତ୍ ହଇରାଣ ହୋଇପାରନ୍ତି । ଜମିଜମା କ୍ରୟ କରିବା ପାଇଁ ଯୋଜନା କରିପାରନ୍ତି । ମହିଳା ମାନଙ୍କର ଗୁରୁଜନ ମାନଙ୍କ ସହିତ ମତାନ୍ତର ଘଟିପାରେ ।

ପ୍ରତିକାର – ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :