ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୬ ତାରିଖ ମଙ୍ଗଳବାର । ଚନ୍ଦ୍ର- ମକର ରାତ୍ରି ୦୮.୨୭ ଗତେ କୁମ୍ଭ । ତିଥି- ୧୨ଶୀ ରାତ୍ରି ୦୧.୪୫ ଗତେ ୧୩ ଶୀ । ଘାତ ଚନ୍ଦ୍ର- ସିଂହ ରାଶିର ରାତ୍ରି ୦୮.୨୭ ଗତେ ମିଥୁନ ଓ ମୀନ । ଘାତ ବାର- ମକର ରାଶିର । ପୁଷ୍କର ଦୋଷ- ୨ ପାଦ କୃଷି ଓ ପଶୁ ହାନୀ-ଭୂମି ଓ ଅନ୍ନଦାନ ରାତ୍ରି ୦୧.୪୫ ଗତେ ୧ ପାଦ କୃଷିହାନୀ-ଭୂମିଦାନ ।
ଉ, ଷାଢା- ପାରିବାରିକ ଜୀବନ ସୁଖରେ କାଟିବେ କିନ୍ତୁ ସାଧାରଣ କଥାରେ ବିତର୍କର ସମ୍ଭାବନା ରହିଛି । ବ୍ୟବସାୟରେ ସମସ୍ୟା ଦେଖାଦେଇପାରେ କିନ୍ତୁ ଅସୁବିଧା ହେବନି ।
ଶ୍ରବଣା- ଦୀର୍ଘଦିନରୁ ରହିଥିବା ଋଣ ଓ ବନ୍ଧୁମାନଙ୍କ ହୀନମନ୍ୟତା ବିଷୟରେ ଚିନ୍ତା କରିବେ । ଆତ୍ମୀୟଙ୍କ ଭିନ୍ନ ଚିନ୍ତାଧାରାରେ ସମାଲୋଚନା କରିପାରନ୍ତି । ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ ହେତୁ ନିଷ୍ପତ୍ତି ନେବାରେ ବିଳମ୍ବ ହୋଇପାରେ ।
ଧନିଷ୍ଠା- ସ୍ଥିତି ମନ୍ଦ ନହେଲେ ମଧ୍ୟ ଅଧିକ ଆଶା କରି ନପାଇବା କାରଣରୁ ମନ ଭଲ ରହିବ ନାହିଁ । ଅତୀତ କଥାକୁ ଭାବି ଆଜି ମନଟା ଭଲ ଲାଗିବ ନାହିଁ ।
ପ୍ରତିକାର- ମା’ ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮