• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 26 September 2023: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ବହୁତ ଧନ ପ୍ରାପ୍ତ ହୋଇପାରେ

ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୬ ତାରିଖ ମଙ୍ଗଳବାର । ଚନ୍ଦ୍ର- ମକର ରାତ୍ରି ୦୮.୨୭ ଗତେ କୁମ୍ଭ । ତିଥି- ୧୨ଶୀ ରାତ୍ରି ୦୧.୪୫ ଗତେ ୧୩ ଶୀ । ଘାତ ଚନ୍ଦ୍ର- ସିଂହ ରାଶିର ରାତ୍ରି ୦୮.୨୭ ଗତେ ମିଥୁନ ଓ ମୀନ । ଘାତ ବାର- ମକର ରାଶିର । ପୁଷ୍କର ଦୋଷ- ୨ ପାଦ କୃଷି ଓ ପଶୁ ହାନୀ-ଭୂମି ଓ ଅନ୍ନଦାନ ରାତ୍ରି ୦୧.୪୫ ଗତେ ୧ ପାଦ କୃଷିହାନୀ-ଭୂମିଦାନ ।

Pisces

ମୀନ

Tuesday 26 Sep 2023

ପୂ, ଭାଦ୍ରପଦ- କୌଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇବେ । ପ୍ରେମ କ୍ଷେତ୍ରରେ ଶୁଭ ସମାଚାର ମିଳିବ । ପରିବାରରେ ଶାନ୍ତିର ବାତାବରଣ ଦେଖାଦେବ ।

ଉ, ଭାଦ୍ରପଦ- ଭୁଲ୍ ବୁଝାମଣା ହେତୁ ଅଫିସରେ ସମସ୍ୟା ବଢିପାରେ । ସହକର୍ମୀଙ୍କ ସହାୟତାରେ ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ । ପରୋକ୍ଷ ଶତ୍ରୁତା କାର୍ଯ୍ୟରେ ବାଧା ସୃଷ୍ଟି କରିବ ।

ରେବତୀ- ପର କଥାରେ ମନ ଦେଇ ନିଜ କାମକୁ ଅବହେଳା କରିବା କାରଣରୁ ଘରୁ ଗାଳି ଖାଇପାରନ୍ତି । ଶୁଣା କଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡିପାରନ୍ତି । ଜୋର୍ କରି ଅନ୍ୟମାନଙ୍କଠାରୁ ଅର୍ଥ, କାମ, ଆଦାୟ କରିବାରେ ସଫଳ ହେବେ ।

ପ୍ରତିକାର – ଅଶ୍ୱସ୍ତ ଗଛକୁ ପୂଜା କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :