ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୬ ତାରିଖ ମଙ୍ଗଳବାର । ଚନ୍ଦ୍ର- ମକର ରାତ୍ରି ୦୮.୨୭ ଗତେ କୁମ୍ଭ । ତିଥି- ୧୨ଶୀ ରାତ୍ରି ୦୧.୪୫ ଗତେ ୧୩ ଶୀ । ଘାତ ଚନ୍ଦ୍ର- ସିଂହ ରାଶିର ରାତ୍ରି ୦୮.୨୭ ଗତେ ମିଥୁନ ଓ ମୀନ । ଘାତ ବାର- ମକର ରାଶିର । ପୁଷ୍କର ଦୋଷ- ୨ ପାଦ କୃଷି ଓ ପଶୁ ହାନୀ-ଭୂମି ଓ ଅନ୍ନଦାନ ରାତ୍ରି ୦୧.୪୫ ଗତେ ୧ ପାଦ କୃଷିହାନୀ-ଭୂମିଦାନ ।
ମୃଗଶିରା- ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ । ପରିବାରରେ ଆପଣଙ୍କ ଗୁରୁତ୍ୱ ବୃଦ୍ଧି ପାଇବ । ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି ।
ଆଦ୍ରା- ନିଜର ବ୍ୟବସାୟ ବିସ୍ତାର ପାଇଁ ଦୃଢ ପଦକ୍ଷପ ନେବେ । ପିଲାମାନଙ୍କ ଉନ୍ନତିରେ ଖୁସି ଅନୁଭବ କରିବେ । ସରକାରୀ କ୍ଷେତ୍ରରୁ ଆର୍ଥିକ ସହାୟତା ପାଇପାରନ୍ତି ।
ପୁନର୍ବସୁ- ସ୍ଥାବର ଅସ୍ଥାବର ସମ୍ପତ୍ତିର ମାଲିକାନା ପାଇପାରନ୍ତି । ନୂତନ ଗୃହ ନିର୍ମାଣ କରିବାର ଯୋଜନା କରିପାରନ୍ତି । କର୍ମ କ୍ଷେତ୍ରରେ ପଦୋନ୍ନତି ହୋଇପାରେ ।
ପ୍ରତିକାର- ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫