ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ଶନିବାର ।ଚନ୍ଦ୍ର – ମେଷ ସନ୍ଧ୍ୟା ୦୭.୨୫ ଗତେ ବୃଷ,ତିଥି – ୩ୟା ଦିବା ୦୪.୨୩ ଗତେ ୫ମୀ,ଘାତ ଚନ୍ଦ୍ର – ମେଷ ସନ୍ଧ୍ୟା ୦୭.୨୫ ଗତେ ବିଛା,ଘାତ ବାର- ବୃଷ, ସିଂହ ଓ କନ୍ୟା,.ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ଦିବା ୦୧.୧୯ ଗତେ ୨ ପାଦ ।
ଚିତ୍ରା- ଥଣ୍ଡା ଏବଂ କାଶ ଲାଗି ରହିବ । ବ୍ୟକ୍ତିଗତ ଜୀବନରେ ସମ୍ମୁଖୀନ ହେଉଥିବା ଚାପକୁ ହ୍ରାସ କରିବାରେ ସାହାଯ୍ୟ ପାଇବେ । ନୂଆ ବେପାରିଙ୍କ ସହ ହାତ ମିଶାଇ ବ୍ୟବସାୟରେ ଲାଭବାନ୍ ହେବେ ।
ସ୍ୱାତୀ- ଆପଣ ନିଜର ସାଥୀଙ୍କ ବିଶ୍ୱାସ ତଥା ଇଚ୍ଛାକୁ ସମ୍ମାନ କରନ୍ତୁ । ପ୍ରୋଜେକ୍ଟରେ କାମରେ ଟିକେ ପରିଶ୍ରମ କରିବାକୁ ପଡ଼ିବ । କୈାଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟୀ ହେବେ ।
ବିଶାଖା- ରାଜନୀତି କ୍ଷେତ୍ରରେ ନିଜର ପ୍ରତିଷ୍ଠା ଫଳରେ ଜନସାଧାରଣଙ୍କ ମନ କିଣି ପାରିବେ । କୋର୍ଟ, କଚେରୀରେ ବିଜୟୀ ହେବେ । ପୈତୃକ ସମ୍ପତିକୁ ଭାତୃ ବିବାଦ ଦୂରେଇ ଯିବ ।
ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬