ସୌର ମିଥୁନମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ସୋମବାର। ଚନ୍ଦ୍ର- ମକର ଅହୋରାତ୍ର,ତିଥି- ୩ୟା ରାତ୍ରି ୦୧.୨୩ ଗତେ ୪ର୍ଥୀ ,ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର,ଘାତବାର- ମିଥୁନ ରାଶିର,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୩.୫୩ ପର୍ଯ୍ୟନ୍ତ ।
ମୂଳା- ପାରିବାରିକ ଜୀବନରେ ସନ୍ତୁଳନ ରକ୍ଷା କରିବେ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହାୟତ ଯୋଗୁଁ କାମ ଗୁଡିକ ସହଜ ହେଇଯିବ । ମୁଖ୍ୟ ଆୟକୁ ଛାଡି ଅନ୍ୟ ମାଧ୍ୟମରୁ ଅର୍ଥ ଉପାର୍ଜନ କରିବାର କୈାଶଳ ଆପଣେଇବେ ।
ପୂ,ଷାଢା- ବ୍ୟବସାୟରେ ଉନ୍ନତି ଓ ଅଗ୍ରଗତିରେ ସୁଯୋଗ ପାଇବେ । ସନ୍ଧ୍ୟା ସୁଧା ଭଲ ଖବର ପାଇବେ । ସାମାଜିକ କାର୍ୟ୍ୟରେ ଅଧିକ ସମୟ ବିତେଇ ପ୍ରଶଂସା ପାଇବେ । ସହପାଠୀ ଓ ଶିକ୍ଷକଙ୍କର ପୂର୍ଣ୍ଣରୂପେ ସହଯୋଗ ପାଇବେ ।
ଉ,ଷାଢା- ସହକର୍ମୀ ମାନଙ୍କ ସହିତ ମନୋ ମାଳିନି ଘଟିପାରେ । ଅର୍ଜିତ ଧନ ଓ ମାନ ହାନି ଘଟିପାରେ । ଦୈବୀ ଆଶ୍ରୀବାଦରୁ ସମସ୍ୟା ଗୁଡିକ ସେତେ ଗୁରୁତ୍ୱର ହେବ ନାହିଁ । ଦୂର ଯାତ୍ରାରେ ଲକ୍ଷଣ ପୂରଣ କରିପାରନ୍ତି
ପ୍ରତିକାର –ଛୋଟ ପିଲାଙ୍କୁ ଖାଇବାକୁ ଦିଅନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩