ସୈାର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ଶୁକ୍ରବାର,ଚନ୍ଦ୍ର – ମେଷ ଅହୋରାତ୍ର,ତିଥି – ୫ମୀ ରାତ୍ରି ୧୨.୩୧ ଗତେ ୬ଷ୍ଠୀ ଘାତ ଚନ୍ଦ୍ର – ମେଷ ଅହୋରାତ୍ର,ଘାତ ବାର- ବିଛା , ଧନୁ ଓ ମୀନ । ପୁଷ୍କର ଦୋଷ – ନାସ୍ତି ।
କୃତିକା- ନେତ୍ରା ଜନିତ ସମସ୍ୟା ଅନୁଭବ କରି ପାରନ୍ତି । ପାରିବାରିକ ଜୀବନରେ ଶାନ୍ତିରେ କଟିବ ଏବଂ ଦୂର ଜାଗାକୁ ଭ୍ରମଣରେ ଯାଇ ପାରନ୍ତି । ଚାକିରି କ୍ଷେତ୍ରରେ ସହନଶୀଳତା ବଢିବ ଓ ପ୍ରଂଶସା ମିଳିବ
ରୋହିଣୀ- ଶିକ୍ଷାର୍ଥୀ ମାନେ ଆତ୍ମ ନିର୍ଭରଶୀଳ ରହିବେ । ବ୍ୟବସାୟ ପାଇଁ ଅତ୍ୟଧିକ ପରିଶ୍ରମ କରିବାକୁ ହେବ । ରାଜନେତାଙ୍କ ସାହାର୍ୟ୍ୟ ସହଯୋଗ ମାଧ୍ୟମରେ ଯଶ ସମ୍ମାନର ଅଧିକାରୀ ହେବେ
ମୃଗଶିରା- ମହିଳା ମାନେ କର୍ମକ୍ଷେତ୍ରରେ ପ୍ରଶଂସା ଲାଭ କରିବେ । ନିର୍ମାଣଧିନ ଗୃହ ପୂର୍ଣ୍ଣାଙ୍ଗ ଆରମ୍ଭ ହେବ । ଏକତରଫା ଚିନ୍ତା ଆପଣଙ୍କୁ ଅସୁବିଧାରେ ପକାଇ ପାରେ ।
ପ୍ରତିକାର – ମା କମଳାଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬