• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 23rd May 2024: ଏହି ରାଶିର ବ୍ୟକ୍ତି ଆଜି ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ

ସୌର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୨୩ ତାରିଖ ଗୁରୁବାର। ଚନ୍ଦ୍ର- ବିଛା ଅହୋରାତ୍ର। ତିଥି-ପୂର୍ଣ୍ଣିମା ସନ୍ଧ୍ୟା ୦୭.୨୨ ଗତେ ପ୍ରତିପଦ। ଘାତଚନ୍ଦ୍ର- ନାସ୍ତି। ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୯.୧୩ ପର୍ଯ୍ୟନ୍ତ।

Libra

ତୁଳା

Thursday 23 May 2024

ଚିତ୍ରା – ଦୂରସ୍ଥାନକୁ ଯାତ୍ରାକରି ଶାରିରୀକ ଅସୁସ୍ଥତା ଅନୁଭବ କରିବେ । ପାରବାରିକ ଜୀବନରେ ଆବଶ୍ୟକ ସ୍ଥଳେ ଛଳନାର ଆଶ୍ରୟ ନେଇ ,ନିଜର ବ୍ୟକ୍ତିତ୍ୱ ଅକ୍ଷୁଣ୍ଣ ରଖିବେ । ଅନ୍ୟମାନେ ଆପଣଙ୍କୁ ଭୁଲ୍ ବୁଝିପାରନ୍ତି କିନ୍ତୁ ଠିକ୍ ସିଦ୍ଧାନ୍ତ ଯୋଗୁ କାର୍ଯ୍ୟ ଉତ୍ତମ ହେବ ।

ସ୍ୱାତୀ – ମନସ୍ତାପ ଭିତରେ ଚାକିରି କ୍ଷେତ୍ରରେ ସମ୍ମାନ ବଢିବ । ରାଜନୀତିରେ ଶତ୍ରୁ ଓ ବିରୋଧିମାନଙ୍କୁ ପରାସ୍ତ କରି ବିଜୟୀ ହେବେ । ଶିକ୍ଷାକ୍ଷେତ୍ରରେ ଉଚ୍ଚକାଂକ୍ଷା ଫଳ ସ୍ୱରୂପ ନିଜ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରି ପାରିବେ ।

ବିଶାଖା – ବିଦେଶ ଭ୍ରମଣର ଯୋଗ ରହିଛି । ସଞ୍ଚତ ଅର୍ଥ ବ୍ୟୟ ହୋଇପାରେ । ଭୂ-ସମ୍ପତ୍ତିକୁ ନେଇ ଚିନ୍ତାରେ ରହିବେ । ମହିଳାମାନେ ସମସ୍ତଙ୍କ ପ୍ରତି ବ୍ୟବହାର ଭଲ ରଖିବେ ।

ପ୍ରତିକାର – ମହାଲକ୍ଷ୍ମୀଙ୍କ ପୂଜା ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :