ନିଜ ପାଇଁ କିଛି ବାସୋପଯୋଗୀ ଭୂମି ବା ଘର କ୍ରୟ କରିପାରନ୍ତି । ଛାତ୍ରଛାତ୍ରୀମାନଙ୍କର ସାହିତ୍ୟ ପଢିବା ପାଇଁ ରୁଚି ବୃଦ୍ଧି ହେବ । ମହିଳାମାନଙ୍କର ପାରିବାରିକ ଜୀବନ ଆନନ୍ଦରେ କଟିବ।
ଅଶ୍ୱନୀ- ପ୍ରେମିକକୁ ବିବାହ ପାଇଁ ପ୍ରସ୍ତାବ ଦେଇପାରନ୍ତି । ପରିବାର ସହିତ ଧାର୍ମିକ ସ୍ଥାନକୁ ଯାଇପାରନ୍ତି । ବ୍ୟବସାୟିକ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଚେଷ୍ଟା କରିବେ । କାର୍ଯ୍ୟ ଆରମ୍ଭରେ ପ୍ରତିବନ୍ଧକ ଆସିପାରେ।
ଦ୍ୱିଜା- ପୁରୁଣା ନେତା ବା ଦଳର ମୁଖ୍ୟଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହୋଇ ପାରିବେ । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଶ୍ରଦ୍ଧାର ପାତ୍ର ହେବ । ଚଳଚ୍ଚିତ୍ର ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଅଧିକ ଲାଭବାନ୍ ହେବେ।
କୃତିକା- ମାଲିମକଦ୍ଦମାରେ ଚିନ୍ତାଗ୍ରସ୍ତ ରହିବେ । ମହିଳାମାନେ ନକାରତ୍ମକ ଚିନ୍ତାଧାରା ମନକୁ ସୃଷ୍ଟି ହେବ। ନିଜର ବାସସ୍ଥାନ କରିବା ପାଇଁ ନୂତନ ଜମିଜମା କ୍ରୟ କରିବା ପାଇଁ ଯୋଜନା କରିପାରନ୍ତି।
ପ୍ରତିକାର- ଶ୍ରୀ ହନୁମାନଙ୍କ ପାଖରେ ପେଡା ଭୋଗ ଲଗାଇ ଛୋଟ ପିଲାଙ୍କୁ ଖାଇବାକୁ ଦିଅନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯