• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 23 July 2023: ଏହି ରାଶିର ବ୍ୟକ୍ତିମାନଙ୍କ ବୈବାହିକ ଜୀବନରେ ମଧୁରତା ଆସିବ

ସୌର କର୍କଟ ମାସ ଶ୍ରାବଣ (ମଳ) ଶୁକ୍ଲପକ୍ଷ । ଇଂରାଜୀରେ ୨୩ ତାରିଖ ରବିବାର । ଚନ୍ଦ୍ର- ସିଂହ ରାତ୍ରି ୧୧.୪୧ ଗତେ କନ୍ୟା । ତିଥି- ୫ମୀ ଦିବା ୧୧.୪୫ ଗତେ ୬ଷ୍ଠୀ । ଘାତ ଚନ୍ଦ୍ର- ବୃଷ ଅହୋରାତ୍ର । ଘାତ ବାର- ମେଷ । ପୁଷ୍କର ଦୋଷ- ୨ ପାଦ କୃଷି ଓ ବଂଶହାନୀ- ଭୂମି ଓ ତିଳକାଞ୍ଜନ ଦାନ ରାତ୍ରି ୦୭.୪୬ ଗତେ ୧ ପାଦ- କୃଷିହାନି ଭୂମିଦାନ ।

Aquarius

କୁମ୍ଭ

Sunday 23 Jul 2023

ଧନିଷ୍ଠା- ସାମାଜିକ ପ୍ରତିଷ୍ଠା ସହିତ ସୁଖ ସୈଭାଗ୍ୟ ପ୍ରଦାନ କରିବ । ବୃତିଗତ ଧନ୍ଦାରୁ ବୈଷୟିକ ଅଭିବୃଦ୍ଧି ଘଟିବ । ଛୋଟବଡ ବିବାଦକୁ ଛାଡିଦେଲେ ସବୁ ଦୃଷ୍ଟିରୁ ଆପଣଙ୍କ ପାଇଁ ଅନୁକୂଳ ରହିବ ।

ଶତଭିଷା- ନେତା ବା ଉଚ୍ଚପଦସ୍ଥ ଅଧୀକାରୀଙ୍କ ସହିତ ରହିବାର ସୁଯୋଗ ମିଳିବ । ଶିକ୍ଷାର୍ଥୀ ମାନେ ଶିକ୍ଷାପ୍ରତି ଅଧିକ ଯତ୍ନଶୀଳ ରହିବେ । ଯାନ୍ତ୍ରିକ ଶିଳ୍ପ କ୍ଷେତ୍ରରେ ଲାଭବାନ୍ ହୋଇ ଖୁସି ଅନୁଭବ କରିବେ । ମହିଳା ମାନେ ଉତ୍ସାହିତ ରହିବେ ।

ପୂ, ଭାଦ୍ରପଦ- ଆର୍ଥିକ ସକଂଟ ଲାଗି ରହିଲେ ମଧ୍ୟ ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ମନସ୍ଥ କରିବେ । ସ୍ଥିର ମନ ନେଇ କାମ କରିଲେ ସମସ୍ୟାର ସମାଧାନ ହେବାର କାରଣ ଅଛି । ଆଜି ଆପଣଙ୍କ ସାମନାକୁ ନୂଆ ଅବସର ଆସିବ ।

ପ୍ରତିକାର – ରାହୁଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :