/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747121268.jpg)
Modi in airbase
ପଞ୍ଜାବର ଆଦମପୁର ଏୟାରବେସରେ ଯବାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୀର ଯବାନଙ୍କ ସହ ଆଲୋଚନା କରିଛନ୍ତି । ଜବାବୀ ହମଲା ନେଇ ମୋଦିଙ୍କୁ ସବିଶେଷ ତଥ୍ୟ ଦେଇଛନ୍ତି ଏୟାରଫୋର୍ସ ଅଧିକାରୀ । ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦି ସେନା ଯବାନଙ୍କୁ ଭେଟିଥିବା ଏକ୍ସରେ ମଧ୍ୟ ସୂଚନା ଦେଇଛନ୍ତି । ପାକିସ୍ତାନ ସେନା ୪ଟି ଏୟାରବେସ ଉଧମପୁର, ପଠାନକୋଟ, ଆଦମପୁର, ଏବଂ ଭୁଜକୁ ଆକ୍ରମଣ ଉଦ୍ୟମ କରିଥିଲା । କିନ୍ତୁ ତାର ଟାର୍ଗେଟରେ ସଫଳ ହୋଇନଥିଲା । ଦୃଢ଼ ଜବାବ ଦେଇଥିଲେ ଭାରତୀୟ ସେନା । ରାଷ୍ଟ୍ର ସୁରକ୍ଷାରେ ସଶସ୍ତ୍ର ବାହିନୀର ଭୂମିକାକୁ ବେଶ୍ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦିଙ୍କ ଗସ୍ତ ଯବାନଙ୍କ ମନୋବଳକୁ ଦୃଢ କରିବା ସହିତ ଆହୁରି ଦାୟିତ୍ୱସମ୍ପନ୍ନ ହୋଇ କାର୍ଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇବ ।
ଅଧିକ ପଢ଼ନ୍ତୁ: ୩ ଆତଙ୍କୀଙ୍କ ପୋଷ୍ଟର ରିଲିଜ କଲା ସୁରକ୍ଷା ଏଜେନ୍ସି
ଅପରେସନ ସିନ୍ଦୂରକୁ ନେଇ ଦେଶବାସୀଙ୍କୁ ସମ୍ବୋଧନ କରିବାର ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ ସେନା ଯବାନଙ୍କୁ ଭେଟିଛନ୍ତି । ସୋମବାର ପ୍ରଧାନମନ୍ତ୍ରୀ ଭାରତର ସେନା ଏବଂ ସଶସ୍ତ୍ର ବଳ, ଗୁଇନ୍ଦା ସଂସ୍ଥା ଓ ବୈଜ୍ଞାନିକମାନଙ୍କୁ ଅଭିବାଦନ ଜଣାଇଥିଲେ । ରାଷ୍ଟ୍ର ସୁରକ୍ଷାରେ ଏମାନଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଦେଶର ଯବାନଙ୍କ ବୀରତ୍ୱ, ସାହସ ଓ ପରାକ୍ରମକୁ ନେଇ ଗର୍ବ ଅନୁଭବ କରିଥିଲେ ପ୍ରଧାନମନ୍ତ୍ରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)