• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 23 July 2023: ଏହି ରାଶିର ବ୍ୟକ୍ତିମାନଙ୍କ ବୈବାହିକ ଜୀବନରେ ମଧୁରତା ଆସିବ

ସୌର କର୍କଟ ମାସ ଶ୍ରାବଣ (ମଳ) ଶୁକ୍ଲପକ୍ଷ । ଇଂରାଜୀରେ ୨୩ ତାରିଖ ରବିବାର । ଚନ୍ଦ୍ର- ସିଂହ ରାତ୍ରି ୧୧.୪୧ ଗତେ କନ୍ୟା । ତିଥି- ୫ମୀ ଦିବା ୧୧.୪୫ ଗତେ ୬ଷ୍ଠୀ । ଘାତ ଚନ୍ଦ୍ର- ବୃଷ ଅହୋରାତ୍ର । ଘାତ ବାର- ମେଷ । ପୁଷ୍କର ଦୋଷ- ୨ ପାଦ କୃଷି ଓ ବଂଶହାନୀ- ଭୂମି ଓ ତିଳକାଞ୍ଜନ ଦାନ ରାତ୍ରି ୦୭.୪୬ ଗତେ ୧ ପାଦ- କୃଷିହାନି ଭୂମିଦାନ ।

Sagittarius

ଧନୁ

Sunday 23 Jul 2023

ମୂଳା- ପ୍ରେମ ଓ ସାଂସାରିକ ଜୀବନ ହସଖୁସିରେ କଟିବ । ନିଜ କାର୍ଯ୍ୟ ପାଇଁ ପ୍ରଂଶସିତ ହେବେ । ଅନୁଷ୍ଟାନ ଓ ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରିବେ । ପୂର୍ବ ଯୋଜନା ଅନୁସାରେ କାମ କରିବେ । ବାକି ପଡିଥିବା ଅର୍ଥକୁ କୈଶଳରେ ଆଦାୟ କରିବାକୁ ସମର୍ଥ ହେବେ ।

ପୂ, ଷାଢା-ସାମ୍ୱାଦିକତା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତି ପାଦିତ କରିବେ । ବିଶ୍ୱାସ ସହ ଆଗକୁ ମାଡି ଚାଲିବେ । ମଧୁର କଥା ଦ୍ୱାରା ଅନ୍ୟମାନଙ୍କୁ ଖୁସି କରିବେ । ବିବାଦୀୟ ଘଟଣାରେ ବିଜୟଲାଭ କରିପାରନ୍ତି । ଅତ୍ୟଧିକ ଭାବପ୍ରବଣ ହୋଇ ଅସୁବିଧାରେ ପଡିପାରନ୍ତି ।

ଉ, ଷାଢା- ଅର୍ଥଲାଭର ଯୋଗ ରହିଥିଲେ ମଧ୍ୟ ଅର୍ଥଭାବକୁ ପୂରଣ କରିବାକୁ ଅସମର୍ଥ ହେବେ । ସାଂସାରିକ ସ୍ୱାଧୀନତା ରହିବ । ଚାକିରିରେ ଆଶ୍ୱସ୍ତି ହୋଇପାରନ୍ତି । ମହିଳା ମାନଙ୍କର ମିଷ୍ଠାନ ଲାଭରୁ ମନ ଖୁସିରହିବ ।

ପ୍ରତିକାର- ଶ୍ରୀ ଗଣେଷଙ୍କ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :