/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747124560.jpg)
CBSE 10th Result
ପ୍ରକାଶ ପାଇଲା CBSE ଦଶମ ଶ୍ରେଣୀ ରେଜଲ୍ଟ । ଦ୍ୱାଦଶ ପରେ ଦଶମ ପରୀକ୍ଷା ଫଳ ପ୍ରକାଶ କରିଛି ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକଣ୍ଡାରୀ ଏଜୁକେସନ । ୯୩.୬୬% ରହିଛି ପାସ୍ ହାର । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପାସ୍ ହାର ଅଧିକ ରହିଛି । ଭୁବନେଶ୍ୱର ଜୋନରେ ୯୨. ୬୪%, ବିଜୟୱାଡାରେ ୯୯.୭୯%, ବେଙ୍ଗାଲୁରୁରେ ୯୮.୯୦% ପାସ୍ ହାର ରହିଛି । ଦ୍ୱାଦଶ ଭଳି ଦଶମ ପରୀକ୍ଷାରେ ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ୨.୩୭% ଅଧିକ ରହିଛି । ସଫଳତାରେ ଆଗରେ ରହିଛି ତ୍ରିଭେନ୍ଦ୍ରମ । CBSE ବୋର୍ଡରେ ରେଜଲ୍ଟ ଉପଲବ୍ଧ । ଆଜି CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି ।
Advertisment
ଛାତ୍ରୀଙ୍କ ପାସ ହାର ୯୫% ଥିବାବେଳେ ଛାତ୍ରଙ୍କ ପାସ୍ ହାର ରହିଛି ୯୨.୬୩ % । ନବୋଦୟ ବିଦ୍ୟାଳୟର ପାସ୍ ହାର ୯୯.୪୯ % , କେନ୍ଦ୍ରୀୟ ବିଦ୍ୟାଳୟର ପାସ୍ ହାର ୯୯.୪୫ % ରହିଛି । ଉଭୟ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ନବୋଦୟ ଛାତ୍ରଛାତ୍ରୀ ବାଜିମାତ୍ କରିଛନ୍ତି ।
ଅଧିକ ପଢନ୍ତୁ: ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ପୁଣି ବାଜି ମାରିଲେ ଝିଅ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)