• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 23 July 2023: ଏହି ରାଶିର ବ୍ୟକ୍ତିମାନଙ୍କ ବୈବାହିକ ଜୀବନରେ ମଧୁରତା ଆସିବ

ସୌର କର୍କଟ ମାସ ଶ୍ରାବଣ (ମଳ) ଶୁକ୍ଲପକ୍ଷ । ଇଂରାଜୀରେ ୨୩ ତାରିଖ ରବିବାର । ଚନ୍ଦ୍ର- ସିଂହ ରାତ୍ରି ୧୧.୪୧ ଗତେ କନ୍ୟା । ତିଥି- ୫ମୀ ଦିବା ୧୧.୪୫ ଗତେ ୬ଷ୍ଠୀ । ଘାତ ଚନ୍ଦ୍ର- ବୃଷ ଅହୋରାତ୍ର । ଘାତ ବାର- ମେଷ । ପୁଷ୍କର ଦୋଷ- ୨ ପାଦ କୃଷି ଓ ବଂଶହାନୀ- ଭୂମି ଓ ତିଳକାଞ୍ଜନ ଦାନ ରାତ୍ରି ୦୭.୪୬ ଗତେ ୧ ପାଦ- କୃଷିହାନି ଭୂମିଦାନ ।

Leo

ସିଂହ

Sunday 23 Jul 2023

ମଘା- ବାରମ୍ବାର ଅସଫଳତା କାରଣ ଖୋଜିବାକୁ ଯାଇ ମାନସିକ ଦ୍ୱନ୍ଦ୍ୱରେ ପଡିପାରନ୍ତି । ଦୁର୍ବଳତା ଯୋଗୁ କାମ କରିବାରେ ଆଗ୍ରହ ପ୍ରକାଶ କରିବେ ନାହିଁ । ଚାକିରି କ୍ଷେତ୍ରରେ ଭଲ ଫଳ ପାଇବେ ।

ପୂ- ଫାଲ୍‌ଗୁନୀ- ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ଋତ ହେବେ । ପ୍ରତିକୂଳ ପରିସ୍ଥିତି ମଧ୍ୟଦେଇ ମଧ୍ୟ ପାରିବାରିକ ଦାୟିତ୍ୱ ସୂଚାରୁ ରୂପେ ତୁଳାଇବେ । ବନ୍ଧୁତା ସୂତ୍ରରେ ଆବଦ୍ଧ ରହି କର୍ତ୍ତବ୍ୟରେ ତ୍ରୁଟି ରହିବ ।

ଉ- ଫାଲ୍‌ଗୁନୀ- ସମାନ ବିଚାର ଧାରା ଲୋକଙ୍କ ସହିତ ଭେଟ ହେବା ଫଳରେ ଧର୍ମ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି । ସୃଜନଶୀଳତା ଓ ଧର୍ମ କାର୍ଯ୍ୟରେ ବାଧାପ୍ରାପ୍ତ ଦେଖାଦେବ ।

ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :