ସୈାର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୨ ତାରିଖ, ଶୁକ୍ରବାର। ଚନ୍ଦ୍ର – ବିଛା ଦିବା ୦୩.୩୩ ଗତେ ଧନୁ ତିଥି- ୭ମୀ ଦିବା ୦୧.୩୫ ଗତେ ୮ମୀ ଘାତ ଚନ୍ଦ୍ର - ଦିବା ୦୩.୩୩ ଗତେ ତୁଳା ଓ କୁମ୍ଭ ଘାତ ବାର – ବିଛା, ଧନୁ ଓ ମୀନ ପୁଷ୍କର ଦୋଷ – ୧ ପାଦ ପଶୁସମ୍ପଦ ନାଶ- ଅନ୍ନ ଦାନ ଦିବା ୦୧.୩୫ ପର୍ଯ୍ୟନ୍ତ
ମୃଗଶିରା- ଶାରୀରିକ ସମସ୍ୟାକୁ ଅଣ ଦେଖା କରିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ନାନା ସମସ୍ୟା ବଢିପାରେ । ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ । ପରିବାରରେ କୈାଣସି ଗୁରୁ ଦାୟିତ୍ୱ ତୁଲାଇବେ ।
ଆଦ୍ରା- ଅଫିସ୍ରେ ଟେନ୍ସନ୍ କମିଯିବ ଏବଂ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ। ପିଲାମାନଙ୍କ ଶୃଙ୍ଖଳା ଓ ଶିକ୍ଷା ବିଷୟ ନେଇ ଚିନ୍ତା ପ୍ରକଟ କରିବେ । ରାଜନୀତିରେ ସହାନୁଭୁତି ମିଳିବ ।
ପୁନର୍ବସୁ- ନିଜ ମାଲିକାନାରେ ଥିବା ସମ୍ପତ୍ତିକୁ ହସ୍ତାନ୍ତର କରିପାରନ୍ତି । ଆପଣ ଅଧ୍ୟୟନ କରିବାକୁ ବହୁତ ଆଗ୍ରହୀ ହେବେ । ନିଜ ମନରେ ନକରାତ୍ମକ ଚିନ୍ତାକୁ ଆସିବାକୁ ଦିଅନ୍ତୁ ନାହିଁ
ପ୍ରତିକାର – ସବୁଜ ରଙ୍ଗର ପୋଷାକ ଭିକାରିକୁ ଦାନ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫