• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 21st August 2024: ଏହି ରାଶିର ବ୍ୟକ୍ତିଙ୍କର ଭ୍ରମଣ ସୁଯୋଗ ଜୁଟିବ

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ବୁଧବାର ଚନ୍ଦ୍ର- କୁମ୍ଭ ସନ୍ଧ୍ୟା ୦୭.୧୨ ଗତେ ମୀନ ତିଥି-୨ ୟା ସନ୍ଧ୍ୟା ୦୫.୦୭ ଗତେ ୩ୟା ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ସନ୍ଧ୍ୟା ୦୭.୧୨ ଗତେ ଧନୁ ରାଶିର ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ସନ୍ଧ୍ୟା ୦୫.୦୭ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୧୨.୩୩ ପର୍ଯ୍ୟନ୍ତ

Scorpio

ବିଛା

Wednesday 21 Aug 2024

ବିଶାଖା- କର୍ମକ୍ଷେତ୍ର ପ୍ରତି ଉଦାସୀନ ରହି ସମାଲୋଚିତ ହେବେ, ଏଣୁ ଭାବିଚିନ୍ତି କାମ କରିବା ଭଲ ହେବ । ପୁରାତନ ରୋଗର ଉପସମ ହୋଇ ସ୍ୱାସ୍ଥ୍ୟରେ ସୁଧାର ଆସିବ । ବନ୍ଧୁ ମାନଙ୍କ ସହ ଦେବ ଦର୍ଶନ  ସାଙ୍ଗକୁ ଭ୍ରମନ ସୁଯୋଗ ଜୁଟିବ ।
ଅନୁରାଧା- ପ୍ରିୟତମଙ୍କ ସହ ଆପଣଙ୍କ ସମ୍ବନ୍ଧ ଭଲ ହେବ । ମାନମର୍ଯ୍ୟାଦାରେ ଅଭିବୃଦ୍ଧି ଘଟିବ । ସ୍ୱର୍ଣ୍ଣଳଙ୍କାର କିଣି ଖୁସି ଅନୁଭବ କରିପାରନ୍ତି ।  ଲେଖାପଢାରେ ଆଳସ୍ୟ ଓ ଅବହେଳା ପ୍ରଦର୍ଶନ କରି ସମାଲୋଚିତ ହେବେ ।
ଜ୍ୟେଷ୍ଠା- ଗାଡି, ମଟର ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ନ ହେଲେ ଅସୁବିଧାରେ ପଡିପାରନ୍ତି ।  ଖର୍ଚ୍ଚ ଉପରେ ଟିକେ ଧ୍ୟାନ ଦିଅନ୍ତୁ । ସଭାସମିତିରେ ରୋକ୍‌ଠୋକ୍ କଥା ପାଇଁ ସମାଲୋଚିତ ହୋଇପାରନ୍ତି ।
ପ୍ରତିକାର –ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :