• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 21st August 2024: ଏହି ରାଶିର ବ୍ୟକ୍ତିଙ୍କର ଭ୍ରମଣ ସୁଯୋଗ ଜୁଟିବ

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ବୁଧବାର ଚନ୍ଦ୍ର- କୁମ୍ଭ ସନ୍ଧ୍ୟା ୦୭.୧୨ ଗତେ ମୀନ ତିଥି-୨ ୟା ସନ୍ଧ୍ୟା ୦୫.୦୭ ଗତେ ୩ୟା ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ସନ୍ଧ୍ୟା ୦୭.୧୨ ଗତେ ଧନୁ ରାଶିର ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ସନ୍ଧ୍ୟା ୦୫.୦୭ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୧୨.୩୩ ପର୍ଯ୍ୟନ୍ତ

Virgo

କନ୍ୟା

Wednesday 21 Aug 2024

ଉ,ଫଳଗୁନି- ରାସ୍ତାରେ ଯିବା ସମୟରେ ପକେଟ ମାର ପ୍ରତି ସାବଧାନ ରୁହନ୍ତୁ ।  ଆପଣ ଟିକେ ଆଳସ୍ୟ ଅନୁଭବ କରିବେ । ନୂତନ ଭାବରେ ଆରମ୍ଭ କରୁଥିବା କାର୍ଯ୍ୟରେ ବ୍ୟସ୍ତ ରହିବେ ।
ହସ୍ତା- ଶିକ୍ଷା ଓ କ୍ୟାରିୟର କ୍ଷେତ୍ରରେ ଆଗକୁ ବଢିବାର ସୁଯୋଗ ମିଳିବ ତେଣୁ ନିଷ୍ଠାପର ଭାବରେ ପ୍ରୟାସ ଜାରି ରଖିବେ । ଜୀବନ ସାଥିଙ୍କ ସଫଳତା ଓ ବ୍ୟବହାରରେ ମନ ପ୍ରସନ୍ନ ରହିବ । ଅଫିସ କାମରେ ବ୍ୟସ୍ତ ରହି କୌଣସି ଗୁରୁତ୍ୱପୂର୍ଣ୍ଣ କଥା ଭୁଲିଯାଇପାରନ୍ତି ।
ଚିତ୍ରା- ଖେଳାଳି ମାନେ ଉତ୍ତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଂଶସା ଭାଜନ ହେବେ । ଆପଣଙ୍କ ଭିତରେ ଅଧିକ ଆତ୍ମବିଶ୍ୱାସ ରହିବ । ଅସମର୍ଥିତ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।
ପ୍ରତିକାର - ଶ୍ରୀ ବିଷ୍ଣଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ  

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :