• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 20th May 2024: ଏହି ରାଶିର ବ୍ୟକ୍ତି ରାଜନୀତି କ୍ଷେତ୍ରରେ ଆଶାତୀତ ଶୁଭଫଳ ପାଇବେ

ସୌର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୨୦ ତାରିଖ ସୋମବାର। ଚନ୍ଦ୍ର- କନ୍ୟା ଦିବା ୦୪.୩୪ ଗତେ ତୁଳା। ତିଥି- ଦ୍ୱାଦଶୀ ଦିବା ୦୩.୫୯ ଗତେ ତ୍ରୟୋଦଶୀ । ଘାତଚନ୍ଦ୍ର- ବୃଷ ରାଶିର ଦିବା ୦୩.୫୯ ପର୍ଯ୍ୟନ୍ତ। ଘାତବାର- ମିଥୁନ ରାଶିର। ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୦୩.୫୯ ପର୍ଯ୍ୟନ୍ତ।

Leo

ସିଂହ

Monday 20 May 2024

ମଘା- ଦେହ ପିଡା ହେତୁ ସବୁ କାର‌୍ୟ୍ୟ ଅଧା ରହିବ । ପତୀପତ୍ନୀଙ୍କ ଭିତରେ ମନମାଳିନ୍ୟ ଦେଖାଦେବ । ବ୍ୟବସାୟରେ ଉତ୍ଥାନ-ପତନ ଲାଗି ରହିବ ।ପିଲାମାନଙ୍କ ସମସ୍ୟା ବିଷୟକୁ ନେଇ ମନରେ ସରସତା ରହିବ ନାହିଁ ।

ପୂ- ଫାଲ୍‌ଗୁନୀ- କର୍ମ କ୍ଷେତ୍ରରେ କୌଣସି ନୂତନ ଯୋଜନା କରିବା ସକାଶେ ମନ ବଳାଇପାରନ୍ତି । ଛାତ୍ରଛାତ୍ରୀଙ୍କର ସ୍ମରଣ ଶକ୍ତି ବୃଦ୍ଧି ହେବା ସହ ପାଠପଢାରେ ମନ ଦେବେ । ଚାକିରିଆଙ୍କ ଦରମା ବୃଦ୍ଧି ହୋଇପାରେ । ରାଜନୀତିରେ ସମ୍ମାନ ପାଇବେ ।

ଉ- ଫାଲ୍‌ଗୁନୀ- ଲମ୍ବା ସମୟ ଧରି ଅଟକି ରହିଥିବା କାମକୁ ସଂପୂର୍ଣ୍ଣ କରିବେ । ଜମିରେ ଆଜି ନିବେଶ କରନ୍ତୁ ନାହିଁ । ମୁରବୀ ଆପଣଙ୍କୁ କୈାଣସି ଭଲ ପରାମର୍ଶ ଦେଇ ପାରନ୍ତି । କଳା, ସାହିତ୍ୟ ଓ ସଙ୍ଗୀତ ଆସରରେ ନିଜକୁ ହଜାଇ ଦେଇପାରନ୍ତି ।

ପ୍ରତିକାର – ଓଁ ହ୍ରୀଂ ହ୍ରୀଂ ରାଂ ରାମାୟ ନମଃ ଜପ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :