• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 20th May 2024: ଏହି ରାଶିର ବ୍ୟକ୍ତି ରାଜନୀତି କ୍ଷେତ୍ରରେ ଆଶାତୀତ ଶୁଭଫଳ ପାଇବେ

ସୌର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୨୦ ତାରିଖ ସୋମବାର। ଚନ୍ଦ୍ର- କନ୍ୟା ଦିବା ୦୪.୩୪ ଗତେ ତୁଳା। ତିଥି- ଦ୍ୱାଦଶୀ ଦିବା ୦୩.୫୯ ଗତେ ତ୍ରୟୋଦଶୀ । ଘାତଚନ୍ଦ୍ର- ବୃଷ ରାଶିର ଦିବା ୦୩.୫୯ ପର୍ଯ୍ୟନ୍ତ। ଘାତବାର- ମିଥୁନ ରାଶିର। ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୦୩.୫୯ ପର୍ଯ୍ୟନ୍ତ।

Cancer

କର୍କଟ

Monday 20 May 2024

ପୁନର୍ବସୁ - ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ । ନିଜର ମନ ଅନୁସାରେ କର୍ମ କ୍ଷେତ୍ରରେ ସ୍ୱାଧିନତା ପାଇବେ । ପାରିବାରିକ ଜୀବନେର ସନ୍ତୁଳତା ରକ୍ଷା କରିବେ । ବନ୍ଧୁତ୍ୱ ସମ୍ପର୍କରେ କିଛି ଉନ୍ନତି ଆସିବ ଏବଂ ତାଙ୍କ ସହିତ ମିଶି କଛି ନୂଆ ଯୋଜନା କରିବେ ।

ପୁଷ୍ୟା – ସନ୍ତାନ ମାନଙ୍କ ସାଫଲ୍ୟ ମନରେ ଖୁସି ଆଣିଦେବ । ରାଜନୀତିରେ ନାନା ପ୍ରକାର ସମସ୍ୟା ଭିତରେ ଗତି କରିପାରନ୍ତି । ବାଣିଜ୍ୟ ବ୍ୟବସାୟରେ ସି୍ଥର ଅବସ୍ଥା ଲାଗି ରହିବ । ଘର ପାଇଁ ଆସବାବ କ୍ରୟ କରିବେ ।

ଅଶ୍ଳେଷା - ଗୃହିଣୀ ମାନଙ୍କ ପାଇଁ ଦିନଟି ମିଶ୍ରିତ ରହିବ । ସାହାଯ୍ୟକାରୀ ବ୍ୟକ୍ତିଙ୍କ ସହିତ ପରିଚୟ ହେବ । ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ । ଖୁସି ଖବର ଶୁଣି ମନ ପ୍ରଫୁଲ୍ଲିତ ରହିବ ।

ପ୍ରତିକାର – ଧଳା କପଡାରେ କିଛି ଅରୁଆ ଚାଉଳ ଓ ମିଶ୍ରି ମିଶାଇ ଜଳରେ ଭସାଇ ଦିଅନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :