• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 20th March 2024: ଏହି ରାଶିର ବ୍ୟକ୍ତିଙ୍କର ଆଜି ନୂତନ ଗୃହ ନିର୍ମାଣର ଯୋଗ ରହିଛି

ସୈାର ମୀନ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୨୦ ତାରିଖ ବୁଧବାର,ଚନ୍ଦ୍ର- କର୍କଟ ଅହୋରାତ୍ର,ତିଥି- ୧୧ଶୀ ରାତ୍ରି ୦୨.୨୩ ଗତେ ୧୨ଶୀ,ଘାତଚନ୍ଦ୍ର- ନାସ୍ତି,ଘାତବାର- କର୍କଟ ରାଶିର,ପୁଷ୍କର ଦୋଷ- ରାତ୍ରି ୦୨.୨୩ ଗତେ ୧-ପାଦ ପଶୁ ସମ୍ପଦ ନାଶ-ଅନ୍ନ ଦାନ ।

Virgo

କନ୍ୟା

Wednesday 20 Mar 2024

ଉ- ଫାଲ୍‌ଗୁନୀ- ପରିବହନ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ। ପରିବାରରେ କାହାର ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବାର ସୂଚନା ରହିଛି । ପୂର୍ବ ଯୋଜନା ଅନୁଯାୟୀ କର୍ମରେ ନିଯୁକ୍ତ ହେବେ ଏବଂ ସଫଳତା ଅବଶ୍ୟ ପାଇବେ

ହସ୍ତା- ରାଜନୀତିରେ ବିରୋଧିଙ୍କ ପ୍ରତି ସାବଧାନ ରୁହନ୍ତୁ । ସଭା ସମିତି ପ୍ରଭୁତିରୁ ଅଶ୍ୱସ୍ଥି ଲାଭ କରିବେ । ସାମ୍ବାଦିକ କ୍ଷେତ୍ରରେ କାର‌୍ୟ୍ୟରତ ବ୍ୟକ୍ତି ମାନଙ୍କ ପାଇଁ ଭଲ ସମୟ ଆସିପାରେ

ଚିତ୍ରା- କଚେରୀ ମାମଲା ମାନସିକ ସ୍ଥିତିକୁ ବିଗାଡି ଦେଇପାରେ । ଛାତ୍ର ଛାତ୍ରୀ ମାନେ ପାଠ ପଢାରେ ଅନ୍ୟମନସ୍କ ହୋଇ ପାରନ୍ତି । ଅଧା ଅଧୁରା କାର୍ଯ୍ୟ ପୂରଣ ହୋଇଯିବ ।

ପ୍ରତିକାର - ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :