• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 1st September 2023: ହଜିଥିବା ଜିନିଷ ପାଇବେ, ଧନ ଓ ସମ୍ପତ୍ତି ଲାଭର ଯୋଗ ରହିଛି...

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ଶୁକ୍ରବାର । ଚନ୍ଦ୍ର- କୁମ୍ଭ ଦିବା ୦୯.୩୭ ଗତେ ମୀନ । ତିଥି-୨ୟା ରାତ୍ରି ୧୧.୫୦ ଗତେ ୩ୟା । ଘାତ ଚନ୍ଦ୍ର-ମିଥୁନ ଓ ମୀନ ।ରାଶିର, ଦିବା ୦୯.୩୭ ଗତେ ଧନୁ ରାଶି । ଘାତ ବାର-ବିଛା, ଧନୁ ଓ ମୀନ ।

Sagittarius

ଧନୁ

Friday 01 Sep 2023

ମୂଳା- ପ୍ରିୟ ବ୍ୟକ୍ତିଙ୍କ ପାଇଁ ସଠିକ୍ ମାର୍ଗରେ ବହୁତ କିଛି କରିବାକୁ ଚାହିଁବେ । ଆତ୍ମୀୟସ୍ୱଜନ ଦୂରେଇ ଯାଇପାରନ୍ତି । ଅଫିସରେ କାମ ହାସଲ କରିବା କଷ୍ଟକର ହୋଇପଡ଼ିବ ।

ପୂ, ଷାଢା- କର୍ମକ୍ଷେତ୍ରରେ ନିଜର ସ୍ଥିତିକୁ ସୁଦୃଢ଼ କରିବାରେ ସମର୍ଥ ହେବେ। ସଭାସମିତି ଓ ରାଜନୈତିକ ସ୍ତରରେ ଟେନ୍ସନ ଲାଗି ରହିବ। ଘରୋଇ ସମସ୍ୟାକୁ ନେଇ ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ। 

ଉ,  ଷାଢା- ବହୁତ ଦିନରୁ ଖୋଜୁଥିବା ଜିନିଷର ସନ୍ଧାନ ଡେରିରେ ମିଳିବ। କୌଣସି ନୂତନ କାର‌୍ୟ୍ୟରେ ହାତ ଦେବାକୁ ସ୍ଥିର କରିବେ।  ନିଜ ଲୋକମାନେ ଯେତେପ୍ରକାର ସମସ୍ୟା ସୃଷ୍ଟି କଲେ ମଧ୍ୟ ଆପଙ୍କର କୌଣସି ଅସୁବିଧା ହେବ ନାହିଁ।

ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩

ପ୍ରତିକାର- ଶ୍ରୀ ରାମଙ୍କ  ରକ୍ଷକ ସ୍ତୋତ୍ର ପାଠ କରନ୍ତୁ