• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 1st September 2023: ହଜିଥିବା ଜିନିଷ ପାଇବେ, ଧନ ଓ ସମ୍ପତ୍ତି ଲାଭର ଯୋଗ ରହିଛି...

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ଶୁକ୍ରବାର । ଚନ୍ଦ୍ର- କୁମ୍ଭ ଦିବା ୦୯.୩୭ ଗତେ ମୀନ । ତିଥି-୨ୟା ରାତ୍ରି ୧୧.୫୦ ଗତେ ୩ୟା । ଘାତ ଚନ୍ଦ୍ର-ମିଥୁନ ଓ ମୀନ ।ରାଶିର, ଦିବା ୦୯.୩୭ ଗତେ ଧନୁ ରାଶି । ଘାତ ବାର-ବିଛା, ଧନୁ ଓ ମୀନ ।

Leo

ସିଂହ

Friday 01 Sep 2023

ମଘା- ପିଲାଙ୍କ ସଫଳତାକୁ ନେଇ ଖୁସି ହେବେ। ପାରିବାରିକ କ୍ଷେତ୍ରର ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟା କରିବେ।  ଉଚ୍ଚବର୍ଗଙ୍କଠାରୁ ପରୋକ୍ଷରେ ସମାଲୋଚିତ ହେବେ । 

ପୂ- ଫାଲ୍‌ଗୁନୀ- ସରକାରୀ ସ୍ତରରେ ଅବହେଳିତ କାର‌୍ୟ୍ୟ ସକାଶେ ଅନୁତାପ କରିବେ। କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର‌୍ୟ୍ୟାଦା ବୃଦ୍ଧି ପାଇବ। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। 

ଉ- ଫାଲ୍‌ଗୁନୀ- ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରୁହନ୍ତୁ। କୌଣସି ସମସ୍ୟା ମନକୁ ବାରମ୍ବାର ଆନ୍ଦୋଳିତ କରିପାରେ । ମାଲି ମକଦ୍ଦମା ଫଇସଲା ହେବାର ସମ୍ଭାବନା ରହିଛି।

ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧

ପ୍ରତିକାର - ଶ୍ରୀ ରାମଙ୍କୁ ପୂଜା କରନ୍ତୁ