/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747040973.jpg)
Earthquake
ଭୂମିକମ୍ପରେ ଥରିଲା ପାକିସ୍ତାନ । ଆଜି ଅପରାହ୍ନ ୧ଟା ୨୬ ସମୟରେ ପାକିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ରେକର୍ଡ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଭୂକମ୍ପରେ କୌଣସି ଧନଜୀବନ କ୍ଷୟକ୍ଷତି ନେଇ କିଛି ସୂଚନା ନାହିଁ । ଝଟକା ଅନୁଭୂତ ହେବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା । ଲୋକେ ଘରୁ ବାହାରକୁ ଦୌଡି ପଳାଇଥିଲେ ।
Advertisment
ଅଧିକ ପଢ଼ନ୍ତୁ: ପାକିସ୍ତାନ ବିପକ୍ଷରେ ଗେମ୍ ଚେଞ୍ଜର ସାଜିଲା କି ବ୍ରହ୍ମୋସ ?
ଏହା ପୂର୍ବରୁ ଗତ ମେ' ୫ ତାରିଖ ଦିନ ମଧ୍ୟ ପାକିସ୍ତାନରେ ଭୂମିକମ୍ପ ହୋଇଥିଲା । ଏହାର ତୀବ୍ରତା ୪.୨ ଥିବାବେଳେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିଲା । ପାକିସ୍ତାନ ସମେତ ଆଫଗାନିସ୍ତାନର କିଛି ସ୍ଥାନରେ ଏହି ଝଟକା ଅନୁଭୂତ ହୋଇଥିଲା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)