Advertisment

Airports Reopened in India-Pakistan Ceasefire: ବଡ଼ ନିଷ୍ପତ୍ତି; ସ୍ୱାଭାବିକ ହେଲା ୩୨ଟି ବିମାନବନ୍ଦର

ଅପରେସନ ସିନ୍ଦୂର ସମୟରେ ବନ୍ଦ ହୋଇଥିବା ୩୨ଟି ବିମାନବନ୍ଦରକୁ ପୁଣି ଖୋଲାଯାଇଛି। ବେସାମରିକ ବିମାନ ଚଳାଚଳ ସ୍ବାଭାବିକ ନେଇ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ବିମାନ ଯାତ୍ରୀଙ୍କୁ ଏୟାର ଲାଇନ୍ସ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Airport

Airport

ଅପରେସନ ସିନ୍ଦୂର ସମୟରେ ବନ୍ଦ ହୋଇଥିବା ୩୨ଟି ବିମାନବନ୍ଦରକୁ ପୁଣି ଖୋଲାଯାଇଛି। ବେସାମରିକ ବିମାନ ଚଳାଚଳ ସ୍ବାଭାବିକ ନେଇ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ବିମାନ ଯାତ୍ରୀଙ୍କୁ ଏୟାର ଲାଇନ୍ସ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

Advertisment

ଅଧିକ ପଢ଼ନ୍ତୁ: ଶତ୍ରୁର ଛାତିକୁ ଚିରିବ ଭାରତ; ଉଦଘାଟନ ହେଲା କ୍ଷେପଣାସ୍ତ୍ର ଉତ୍ପାଦନ ୟୁନିଟ୍

ଏହି ବିମାନବନ୍ଦରଗୁଡ଼ିକ ହେଉଛି, ଉଧମପୁର, ଅମ୍ବାଲା, ଅମୃତସର, ଅବନ୍ତୀପୁର, ବଠିଣ୍ଡା, ଭୁଜ, ବିକାନେର, ଚଣ୍ଡିଗଡ଼, ହଲୱାରା, ହିଣ୍ଡନ, ଜୈସଲମେର, ଜମ୍ମୁ, ଜାମନଗର, ଯୋଧପୁର, କାଣ୍ଡଲା, କାଙ୍ଗଡା (ଗଗଲ), କେଶୋଡ, କିଶନଗଡ଼, କୁଲ୍ଲୁ ମନାଲି(ଭୁଂତର),ଲେହ, ଲୁଧିଆନା, ମୁଦ୍ରା, ନାଲିଆ, ପଠାନକୋଟ, ପଟିଆଲା, ପୋରବନ୍ଦର, ରାଜକୋଟ (ହିରାଜସର), ସରସୱା, ଶିମଲା, ଶ୍ରୀନଗର, ଥୋଏସ ଏବଂ ଉତ୍ତରଲାଇ।

Advertisment

ଅପରେସନ ସିନ୍ଦୂର ସମୟରେ ୩୨ଟି ବିମାନବନ୍ଦରକୁ ମେ ୧୫ ତାରିଖ ପର୍ଯ୍ୟନ୍ତ ସାମୟିକ ବନ୍ଦ ଘୋଷଣା କରାଯାଇଥିଲା।୧୦ ମେ’ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ପରେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ପୁନଃ ଖୋଲିବା ସମ୍ପର୍କରେ ବିଜ୍ଞପ୍ତି ଜାରି କରାଯାଇଛି।

ଅଧିକ ପଢ଼ନ୍ତୁ: ପାକିସ୍ତାନ ବିପକ୍ଷରେ ଗେମ୍ ଚେଞ୍ଜର ସାଜିଲା କି ବ୍ରହ୍ମୋସ ?

India Pakistan Airport Operation Sindoor
Advertisment
Advertisment