• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 1st September 2023: ହଜିଥିବା ଜିନିଷ ପାଇବେ, ଧନ ଓ ସମ୍ପତ୍ତି ଲାଭର ଯୋଗ ରହିଛି...

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ଶୁକ୍ରବାର । ଚନ୍ଦ୍ର- କୁମ୍ଭ ଦିବା ୦୯.୩୭ ଗତେ ମୀନ । ତିଥି-୨ୟା ରାତ୍ରି ୧୧.୫୦ ଗତେ ୩ୟା । ଘାତ ଚନ୍ଦ୍ର-ମିଥୁନ ଓ ମୀନ ।ରାଶିର, ଦିବା ୦୯.୩୭ ଗତେ ଧନୁ ରାଶି । ଘାତ ବାର-ବିଛା, ଧନୁ ଓ ମୀନ ।

Cancer

କର୍କଟ

Friday 01 Sep 2023

ପୁନର୍ବସୁ- ବୟସ୍କ ବ୍ୟକ୍ତିଙ୍କ ଶାରୀରିକ ଅସୁସ୍ଥତା ଯୋଗୁ ମାନସିକ ସ୍ଥିତି ଠିକ୍ ରହିବ ନାହିଁ । ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ ପାଇଁ ଖର୍ଚ୍ଚାନ୍ତ ହେବେ । ବାଣିଜ୍ୟ ଓ ବ୍ୟବସାୟ, ପରିବହନ ତଥା ଲେଖାପଢ଼ା କ୍ଷେତ୍ରରେ ଶୁଭଫଳ ପାଇବେ ।

ପୁଷ୍ୟା- ପରିବାରରେ ଭୁଲ୍ ବୁଝାମଣା ହେତୁ ପରିସ୍ଥିତି ଗମ୍ଭୀର ରହିବ। କର୍ମକ୍ଷେତ୍ରରେ ଭଲ କଲେ ମଧ୍ୟ ସହକର୍ମୀଙ୍କ ପରୋକ୍ଷ ଶତ୍ରୁତା ଯୋଗୁ ବିଚଳିତବୋଧ କରିବେ। ରାଜନୈତିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ।

ଅଶ୍ଳେଷା- ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବେ। ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଠିକ୍ ସମୟରେ ଆସିବେ ଓ କାର‌୍ୟ୍ୟରେ ଯୋଗଦେବେ । ଛୋଟବଡ଼ ସମସ୍ୟାକୁ ଛାଡ଼ିଦେଲେ ଦିନଟି ଭଲରେ କଟିବ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨

ପ୍ରତିକାର – ମା ଭୂବନେଶୂରୀ ମହାକବଚ ଧାରଣ କରନ୍ତୁ