• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 1st September 2023: ହଜିଥିବା ଜିନିଷ ପାଇବେ, ଧନ ଓ ସମ୍ପତ୍ତି ଲାଭର ଯୋଗ ରହିଛି...

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ଶୁକ୍ରବାର । ଚନ୍ଦ୍ର- କୁମ୍ଭ ଦିବା ୦୯.୩୭ ଗତେ ମୀନ । ତିଥି-୨ୟା ରାତ୍ରି ୧୧.୫୦ ଗତେ ୩ୟା । ଘାତ ଚନ୍ଦ୍ର-ମିଥୁନ ଓ ମୀନ ।ରାଶିର, ଦିବା ୦୯.୩୭ ଗତେ ଧନୁ ରାଶି । ଘାତ ବାର-ବିଛା, ଧନୁ ଓ ମୀନ ।

Capricorn

ମକର

Friday 01 Sep 2023

ଉ, ଷାଢା- ପରିବାର ସହ ସୁଖଭ୍ରମଣ ଯୋଗ ରହିଛି। ଶାରୀରିକ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ରହିବ । ମାଙ୍ଗଳିକ କାମ ଲାଗି ଗୃହସଜ୍ଜା ପ୍ରତି ଆଗ୍ରହ ବଢ଼ିପାରେ।

ଶ୍ରବଣା- ଅଫିସ୍ କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହୋଇଯିବ। ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। କେତେକ କ୍ଷେତ୍ରରେ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। 

ଧନିଷ୍ଠା- ଆଲୋଚନା କ୍ଷେତ୍ରରେ ବିତର୍କର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିମାନଙ୍କ ଦ୍ୱାରା କୌଣସି ସମସ୍ୟା ସୃଷ୍ଟି ହୋଇପାରେ। ଚଳଚ୍ଚିତ୍ର ଓ ରଚନାତ୍ମକ କାର‌୍ୟ୍ୟରେ ସମସ୍ୟା ସମାଧାନ ହୋଇଯିବ।

ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮

ପ୍ରତିକାର- ଭଗବାନ ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ