ସୈାର କର୍କଟ ମାସ ଶ୍ରାବଣ (ମଳ)ଶୁକ୍ଲପକ୍ଷ । ଇଂରାଜୀରେ ୧ ତାରିଖ ମଙ୍ଗଳବାର, ଚନ୍ଦ୍ର – ଧନୁ ରାତ୍ରି ୧୨.୧୫ ଗତେ ମକର, ତିଥି – ପୂର୍ଣ୍ଣିମା ରାତ୍ରି ୧୨.୦୧ ଗତେ ପ୍ରତିପଦ, ଘାତ ଚନ୍ଦ୍ର – ସିଂହ ଅହୋରାତ୍ର, ଘାତ ବାର – ମକର, ପୁଷ୍କର ଦୋଷ – ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞନ ଦାନ ଦିବା ୦୪.୦୨ ଗତେ ୧ ପାଦ-କୃଷିହାନି-ଭୂମିଦାନ
ମୂଳା – ନିଜର ଚକ୍ଷୁ ପ୍ରତି ଧ୍ୟାନ ଦିଅନ୍ତୁ । ବାଣିଜ୍ୟ - ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦିତା ବଢିବ । ବିବାଦୀୟ ପରିସ୍ଥିତିରେ ସଫଳତା ଯୋଗୁଁ ମନ ଖୁସି ରହିବ । ଆବଶ୍ୟକତା ପୂରଣ କରିବା ସକାଶେ ଟଙ୍କା, ପଇସା ଧାର କରିପାରନ୍ତି ।
ପୂ , ଷାଢା – ପରୀକ୍ଷାରେ ସଫଳତାଦି ଅଭିଳାଷା ପୂର୍ଣ୍ଣତା ଲାଭ କରିବ । ରାଜନୀତିରେ ଆଲୋଚନାରେ ନିଜକୁ ସାମିଲ କରିବେ । ବାଧ୍ୟ, ବାଧକତାରେ ଦୂରଯାତ୍ରା କରିବାକୁ ପଡିପାରେ । କର୍ମକ୍ଷେତ୍ରରେ ସନ୍ଦେହଜନକ ବାତାବରଣ ମଧ୍ୟରେ ଅଣନିଶ୍ୱାସୀ ହେବାକୁ ପଡିପାରେ ।
ଉ , ଷାଢା – ଆର୍ଥିକ ମାମଲାରେ କାହାରିକୁ ଭରସା କରନ୍ତୁ ନାହିଁ । ମହିଳା ମାନେ ମଧୁର ସଂପର୍କ ଗଢିବେ । ନିଜ ପରିସରରେ ସବୁ କିଛିକୁ ହାଲୁକା ଭାବେ ଗ୍ରହଣ କରିଲେ ଅସୁବିଧାରେ ପଡିପାରନ୍ତି ।
ପ୍ରତିକାର – ଶ୍ରୀ ରାମଙ୍କର ପୂଜାର୍ଚ୍ଚନା କରନ୍ତୁ ।
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩