• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 1st August 2023: ଏହି ରାଶିର ବ୍ୟକ୍ତିଙ୍କୁ ଧନଧାନ୍ୟ ପ୍ରାପ୍ତି ସମ୍ଭାବନା ରହିଛି..

ସୈାର କର୍କଟ ମାସ ଶ୍ରାବଣ (ମଳ)ଶୁକ୍ଲପକ୍ଷ । ଇଂରାଜୀରେ ୧ ତାରିଖ ମଙ୍ଗଳବାର, ଚନ୍ଦ୍ର –  ଧନୁ ରାତ୍ରି ୧୨.୧୫ ଗତେ ମକର, ତିଥି – ପୂର୍ଣ୍ଣିମା ରାତ୍ରି ୧୨.୦୧ ଗତେ ପ୍ରତିପଦ, ଘାତ ଚନ୍ଦ୍ର – ସିଂହ ଅହୋରାତ୍ର, ଘାତ ବାର – ମକର, ପୁଷ୍କର ଦୋଷ – ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞନ ଦାନ ଦିବା ୦୪.୦୨ ଗତେ ୧ ପାଦ-କୃଷିହାନି-ଭୂମିଦାନ

Cancer

କର୍କଟ

Tuesday 01 Aug 2023

ପୁନର୍ବସୁ - ପୁରାତନ ରୋଗର ପୀଡ଼ା ଅନୁଭବ ହୋଇପାରେ, ଚିନ୍ତା ନ କରି ପ୍ରତିକାର ବ୍ୟବସ୍ଥା ଗ୍ରହଣ କଲେ ଉପକୃତ ହେବେ । ପାଖ, ପଡ଼ୋଶୀଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା ପାଇଁ ମନ ବଳାଇବେ।

ପୁଷ୍ୟା - କର୍ମକ୍ଷେତ୍ରରେ ସତ୍ୟ କହି ବିବାଦୀୟ ହୋଇପାରନ୍ତି । ନିଜର ବଳିଷ୍ଠ ବ୍ୟକ୍ତିତ୍ୱ ପ୍ରଭାବରୁ କୌଣସି କାମ ଅଟକି ରହିବ ନାହିଁ । କର୍ତ୍ତବ୍ୟ ନିଷ୍ଠା ଯୋଗୁ ସମସ୍ତଙ୍କର ଆଦର ହେବେ ।

ଅଶ୍ଳେଷା - କୋର୍ଟ, କଚେରୀ ମାମଲା ଆପଣଙ୍କ ସପକ୍ଷରେ ଯିବ । ମହିଳାମାନେ ପୂଜା ପାଠରେ ମନୋନିବେଶ କରିବେ । ଛାତ୍ରଛାତ୍ରୀ ମାନେ ବନ୍ଧୁଙ୍କ ସହଯୋଗରେ ଆଗକୁ ଆଗେଇ ଚାଲିବେ ।

ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :