ସୈାର କର୍କଟ ମାସ ଶ୍ରାବଣ (ମଳ)ଶୁକ୍ଲପକ୍ଷ । ଇଂରାଜୀରେ ୧ ତାରିଖ ମଙ୍ଗଳବାର, ଚନ୍ଦ୍ର – ଧନୁ ରାତ୍ରି ୧୨.୧୫ ଗତେ ମକର, ତିଥି – ପୂର୍ଣ୍ଣିମା ରାତ୍ରି ୧୨.୦୧ ଗତେ ପ୍ରତିପଦ, ଘାତ ଚନ୍ଦ୍ର – ସିଂହ ଅହୋରାତ୍ର, ଘାତ ବାର – ମକର, ପୁଷ୍କର ଦୋଷ – ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞନ ଦାନ ଦିବା ୦୪.୦୨ ଗତେ ୧ ପାଦ-କୃଷିହାନି-ଭୂମିଦାନ
କୃତିକା - ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ । ସାଂସାରିକ ଜୀବନରେ ଚିନ୍ତିତ ରହିବେ । ବ୍ୟବସାୟରେ ଲାଭବାନ୍ ହେବେ । କର୍ମ କରିବା ଶୈଳୀରେ ପରିବର୍ତନ ଆଣିବେ ଓ କର୍ମ ପାଇଁ ସମ୍ମାନିତ ହେବେ ।
ରୋହିଣୀ - ବ୍ୟସ୍ତତା ଭିତରେ ସମୟ ବିତାଇବେ । ମହିଳା ମାନେ କର୍ତବ୍ୟନିଷ୍ଠା ପରାୟଣ ରହିବେ । ଛାତ୍ରଛାତ୍ରୀ ମାନେ ମାନସିକ ସ୍ତରରେ ଖୁସି ରହିବେ । ବହୁ ଦିନର ମନସ୍କାମନା ପୂରଣ ହେବ ।
ମୃଗଶିରା - ଘର ପାଇଁ ଆସବାବ କ୍ରୟ କରିବେ । ରାଜନୀତି କ୍ଷେତ୍ରରେ ଉଚ୍ଚ ପଦବୀ ହାସଲ କରି ପାରନ୍ତି । ଘରର ସୀମା ବା ସଂପତିକୁ ନେଇ ଆକସ୍ମିକ କଳହ ଲାଗିପାରେ ।
ପ୍ରତିକାର – ଶୁକ୍ରଙ୍କର ମନ୍ତ୍ର ପାଠ କରନ୍ତୁ ।
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬