• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 19th September 2023: କୌଣସି ଶୁଭ ଖବର ମିଳିପାରେ, ବଡ କମ୍ପାନୀ ସହ ବ୍ୟବସାୟରେ ଜଡିତ ହୋଇପାରନ୍ତି...

ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୯ ତାରିଖ, ମଙ୍ଗଳବାର। ଚନ୍ଦ୍ର – ତୁଳା ଅହୋରାତ୍ର ତିଥି- ୪ର୍ଥୀ ଦିବା ୦୧.୪୩ ଗତେ ୫ମୀ ଘାତ ଚନ୍ଦ୍ର - ନାସ୍ତି ଘାତ ବାର – ମକର ପୁଷ୍କର ଦୋଷ – ୧ ପାଦ କୃଷିହାନି ଭୂମିଦାନ  ଦିବା ୦୧.୪୭ ଗତେ ୨ ପାଦ କୃଷି ଓ ବଶଂହାନି-ଭୂମି ଓ ତିଳକାଞ୍ଚନ ଦାନ 

Libra

ତୁଳା

Tuesday 19 Sep 2023

ଚିତ୍ରା- କର୍ମକ୍ଷେତ୍ରରେ ଆତ୍ମବିଶ୍ୱାସ ଓ ଦୃଢତା ଯୋଗେ ସମ୍ମାନର ଅଧିକାରୀ ହୋଇପାରିବେ । ସୁସ୍ଥ ମାନସିକତା ରକ୍ଷା କରି ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ । ପାରିବାରିକ ତିକ୍ତତାର ସମସ୍ୟା ଦୂର ହେବ । 
ସ୍ୱାତୀ- ସନ୍ତାନମାନେ ଉଚ୍ଚ ଶିକ୍ଷାରେ ଶ୍ରେଷ୍ଠସ୍ଥାନ ଲାଭ କରିବେ । ପ୍ରତ୍ୟକ୍ଷ ଓ ପରୋକ୍ଷ ଶତ୍ରୁତା ଥିବା ଲୋକ ଓ ଇର୍ଷା ପରାୟଣ ବ୍ୟକ୍ତିଙ୍କ ଦ୍ୱାରା ପୁରସ୍କୃତ ହେବେ । 
ବିଶାଖା-  ବିଦେଶୀ ବନ୍ଧୁଙ୍କ ଦ୍ୱାରା ଅଧିକ ଉପକୃତ ହେବେ । ଯାନବାହାନର ନବୀକରଣ ପାଇଁ ଚିନ୍ତା କରି ପାରନ୍ତି । ମାଲିମକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । 

ପ୍ରତିକାର- ପାଣିରେ କିଛି ଫିଟିକିରି ପକାଇ ଘରକୁ ପୋଛନ୍ତୁ 

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :