ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୯ ତାରିଖ, ମଙ୍ଗଳବାର। ଚନ୍ଦ୍ର – ତୁଳା ଅହୋରାତ୍ର ତିଥି- ୪ର୍ଥୀ ଦିବା ୦୧.୪୩ ଗତେ ୫ମୀ ଘାତ ଚନ୍ଦ୍ର - ନାସ୍ତି ଘାତ ବାର – ମକର ପୁଷ୍କର ଦୋଷ – ୧ ପାଦ କୃଷିହାନି ଭୂମିଦାନ ଦିବା ୦୧.୪୭ ଗତେ ୨ ପାଦ କୃଷି ଓ ବଶଂହାନି-ଭୂମି ଓ ତିଳକାଞ୍ଚନ ଦାନ
ମୃଗଶିରା- ପରିବାର ଲୋକ ଆପଣଙ୍କ ସକରାତ୍ମକ ଭାବନାଠୁ ପ୍ରଭାବିତ ହେବେ ଓ ପ୍ରଶଂସା କରିବେ । ପ୍ରେମୀଙ୍କୁ ଦେଇଥିବା କୌଣସି ବଚନ ରଖିପାରିବେନି ଯେଉଁଥିପାଇଁ ସେ ନାରାଜ ହୋଇ ପାରନ୍ତି ।
ଆଦ୍ରା- ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବେ । କ୍ୟାରିୟରକୁ ନେଇ ସାମାନ୍ୟ ଚିନ୍ତିତ ରହିପାରନ୍ତି । ରାଜନୀତିରେ ଶତ୍ରୁମାନେ ଭୟଭୀତ ହେବେ ।
ପୁନର୍ବସୁ- ଆପଣ ନିଜର ବ୍ୟକ୍ତିତ୍ୱକୁ ଆକଳନ କରିବେ, ଜୀବନରେ କିଛି କୌତୁହଳଜନକ କରିବାକୁ ଚେଷ୍ଟା କରିବେ । ଜୀବନରେ ସମ୍ବନ୍ଧ ଏବଂ ସମ୍ପର୍କୀୟଙ୍କ ମୂଲ୍ୟ ବୁଝିବାକୁ ଚେଷ୍ଟା କରନ୍ତୁ । ମାଲିମକଦ୍ଦମାରେ ନିଜ ପକ୍ଷ ସବଳ ହେବ ।
ପ୍ରତିକାର- ଶ୍ରୀ ରାମଙ୍କର ରକ୍ଷା ସ୍ତୋତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫