ସୈାର କୁମ୍ଭମାସ ମାଘ ଶୁକ୍ଳପକ୍ଷ। ଇଂରାଜୀ ୧୯ ତାରିଖ ସୋମବାର। ଚନ୍ଦ୍ର- ମିଥୁନ ଅହୋରାତ୍ର, ତିଥି- ୧୦ ମୀ ଦିବା ୦୮.୫୦ ଗତେ ୧୧ଶୀ, ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର, ଘାତବାର- ମିଥୁନ ରାଶିର, ପୁଷ୍କର ଦୋଷ- ନାସ୍ତି
ପୁନର୍ବସୁ- କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ କରି ଲକ୍ଷ୍ୟ ହାସଲରେ ସମର୍ଥ ହେବେ। ପାଖ ପଡ଼ୋଶୀମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ସମସ୍ୟା ହିଁ ଚିନ୍ତାର ମୁଖ୍ୟ କାରଣ ହେବ। ନିଜ ଲୋକମାନଙ୍କ କାର୍ଯ୍ୟକଳାପ ଅସୁବିଧାରେ ପକାଇପାରେ।
ପୁଷ୍ୟା- ବ୍ୟବସାୟରେ ଆଖିଦୃଶିଆ ସଫଳତା ହାସଲ କରିପାରିବେ ନାହିଁ, କିନ୍ତୁ କ୍ଷତି ମଧ୍ୟ ହେବନି। ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ ଓ ନିଜର ଅଭିସନ୍ଧିକୁ ପୂରା କରିବେ। କର୍ମକ୍ଷେତ୍ରରେ ସମସ୍ୟା ସମାଧାନ କରିବାରେ ଅସଫଳ ହେବେ।
ଅଶ୍ଲେଷା- ଟଙ୍କା ରୋଜଗାର ଆରମ୍ଭ କରିବା ସହିତ ଅନାବଶ୍ୟକ ଟଙ୍କା ଖର୍ଚ୍ଚ କରିବାରୁ ନିବୃତ୍ତ ରହିବେ । ଆପଣ ଆପଣଙ୍କ ଖାଲି ସମୟରେ ଘର ସଫାସଫି କରିବାକୁ ପସନ୍ଦ କରିବେ । ଆପଣ ଆପଣଙ୍କର ଜୀବନ-ସାଥୀ ସହିତ କିଛି ବିଶେଷ କ୍ଷଣ ବିତାଇବେ।
ପ୍ରତିକାର – ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରନ୍ତୁ।
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨