ସୈାର କୁମ୍ଭମାସ ମାଘ ଶୁକ୍ଳପକ୍ଷ। ଇଂରାଜୀ ୧୯ ତାରିଖ ସୋମବାର। ଚନ୍ଦ୍ର- ମିଥୁନ ଅହୋରାତ୍ର, ତିଥି- ୧୦ ମୀ ଦିବା ୦୮.୫୦ ଗତେ ୧୧ଶୀ, ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର, ଘାତବାର- ମିଥୁନ ରାଶିର, ପୁଷ୍କର ଦୋଷ- ନାସ୍ତି
ଉ,ଫଳଗୁନି- ନିଜ ସ୍ୱାସ୍ଥ୍ୟକୁ ନେଇକି ଅଧିକ ଚିନ୍ତା କରନ୍ତୁ ନାହିଁ,କାରଣ ଆପଣଙ୍କ ରୋଗ ଆହୁରି ଖରାପ ହୋଇପାରେ । ଆପଣଙ୍କୁ ଅଯଥା ଖର୍ଚ୍ଚରୁ ନିଜକୁ ରୋକିବାକୁ ହେବ ନଚେତ ଆବଶ୍ୟକତା ସମୟରେ ଆପଣଙ୍କ ପାଖରେ ପଇସାର ଅଭାବ ଦେଖାଯାଇପାରେ ।
ହସ୍ତା- ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବା ସକାଶେ ଚେଷ୍ଟା କରିପାରନ୍ତି। କାମର ଚାପ ବୃଦ୍ଧି ପାଇବା କାରଣରୁ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ। ଛାତ୍ରଛାତ୍ରୀମାନେ ସଫଳତାର ଏକ ସୁଯୋଗ ପାଇବେ ।
ଚିତ୍ରା- କରଜଦାତାଙ୍କ ଚାପ ବୃଦ୍ଧି ପାଇବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ। କଚେରି ମାମଲାର ଆଜି ଶୁଣାଣିରେ ସନ୍ତୋଷ ପାଇ ପାରିବେ ନାହିଁ । ମହିଳାମାନେ ବ୍ୟସ୍ତତା ଭିତରେ କାର୍ୟ୍ୟ ସାଧନ କରିବ।
ପ୍ରତିକାର - ସକାଳୁ କୁକୁର, କାଉକୁ ଖାଇବାକୁ ଦିଅନ୍ତୁ।
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫