• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 18th September 2024: ଆଜି ଏହି ରାଶିର ବ୍ୟକ୍ତି ସେୟାର ବଜାରରେ ଅର୍ଥ ନିବେଶ କରି ଲାଭାଂଶ ହେବେ

ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୮ ତାରିଖ ବୁଧବାର,ଚନ୍ଦ୍ର- କୁମ୍ଭ ପ୍ରାତଃ ୦୫.୪୪ ଗତେ ମୀନ ,ତିଥି- ପୂର୍ଣ୍ଣିମା ଦିବା ୦୮.୦୪ ଗତେ ପ୍ରତିପଦ ରାତ୍ରି ୦୪.୧୯ ଗତେ ୨ୟା ,ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର , ପ୍ରାତଃ ୦୫.୪୪ ଗତେ ଧନୁ ରାଶିରଘାତବାର- କର୍କଟ ରାଶିର,ପୁଷ୍କର ଦୋଷ- ୧ ପାଦ-କୁତୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୧୧.୦୦ ପର୍ଯ୍ୟନ୍ତ ରାତ୍ରି ୦୪.୧୯ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ

Aquarius

କୁମ୍ଭ

Wednesday 18 Sep 2024

ଧନିଷ୍ଠା- ଭାଗୀଦାରୀ ବ୍ୟବସାୟୀଙ୍କ ସହ ସମନ୍ୱୟ ଭଲ ରହିବ । ମାର୍କେଟିଂ ବିକ୍ରୟ ଯୋଗାଯୋଗରେ ସଫଳତା ପାଇବେ । ସମସ୍ତ ପରିବାର ସଦର୍ସ ଏକାଠି ମିଶି ଦୂର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି । ନିଜ ବାଲ୍ୟ ବନ୍ଧୁଙ୍କୁ ବିବାହ ପ୍ରସ୍ତାବ ଦେଇପାରନ୍ତି

ଶତଭିଷା- ଭଲ ଟଙ୍କା ରୋଜଗାର କରିବା ଆରମ୍ଭ କରିବା ସହିତ ଅନାବଶ୍ୟକ ଟଙ୍କା ଖର୍ଚ୍ଚ କରିବାରୁ ନିବୃତ୍ତ ରହିବେ । ବିଦେଶରେ ରହି ପଢିବାର ସ୍ୱପ୍ନ ପୂରଣ ହୋଇପାରେ । ଅନ୍ୟର ସାହାର‌୍ୟ୍ୟ ସମର୍ଥନରେ ଲକ୍ଷହାସଲ କରିପାରିବେ

ପୂ, ଭାଦ୍ରପଦ- ଧାର୍ମିକ ଭାବନାରେ ଶାନ୍ତି ପାଇବେ ଓ ଆତ୍ମ ବିଶ୍ୱାସ ବଢିପାରେ । ରାଜନୈତିକ ସ୍ତରରେ ପ୍ରଂଶସିତ ହେବେ । ଖଣି ଓ ଜଙ୍ଗଲ କ୍ଷେତ୍ରରେ କର୍ମରତ ବ୍ୟକ୍ତିମାନେ ସତର୍କତା ଅବଲମ୍ବନ କରିବା ଉଚିତ୍

ପ୍ରତିକାର – ଦକ୍ଷିଣ କାଳିଙ୍କ ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :