ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଗୁରୁବାର ଚନ୍ଦ୍ର – ଧନୁ ଅହୋରାତ୍ର ,ତିଥି – ୯ମୀ ଦିବା ୦୪.୩୯ ଗତେ ୧୦ମୀ,ଘାତ ଚନ୍ଦ୍ର – ତୁଳା ଓ କୁମ୍ଭ ଅହୋରାତ୍ର ,ଘାତ ବାର- ତୁଳା ଓ କୁମ୍ଭ,ପୁଷ୍କର ଦୋଷ – ନିଶାନ୍ତ ୦୪.୪୬ ଗତେ ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ
ପୁନର୍ବସୁ- ସ୍ୱାସ୍ଥ୍ୟରେ ସୁଧାର ଆସିବ । ପରିବାରରେ ଖର୍ଚ୍ଚର ପରିମାଣ ବୃଦ୍ଧି ପାଉଥିବାରୁ ମନରେ ସରସ୍ୱତା ରହିବ ନାହିଁ । ଅବଶ୍ୟ ନିଜର କାର୍ୟ୍ୟଦକ୍ଷତା ହେତୁ ବନ୍ଧୁ ମାନଙ୍କ ଗହଣରେ ପ୍ରଂଶସିତ ହେବେ
ପୁଷ୍ୟା- ରାଜନିତିରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ବ୍ୟବସାୟ , ପରିବହନ କ୍ଷେତ୍ରରେ ଦ୍ୱନ୍ଦ ଦୂର ହେବ । ଶିକ୍ଷାର୍ଥୀ ମାନଙ୍କୁ ଟିକେ କଷ୍ଟ କରିବା ପାଇଁ ପଡିପାରେ । କୈାଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇ ପାରନ୍ତି
ଅଶ୍ଳେଷା- ପିତାମାତାଙ୍କ ଓ ସହଯୋଗ ପାଇବେ । କୋର୍ଟର ଶୁଣାଳୀରେ ମନ ଆନନ୍ଦିତ ରହିବ । ଆତ୍ମିୟଙ୍କ ସହଯୋଗରେ ସନ୍ତାନଙ୍କ ବିବାହ କାର୍ୟ୍ୟ ସଂପୂର୍ଣ୍ଣ ହେବ । ଚାକିରିରେ ପ୍ରାଧ୍ୟନ ମିଳିବ ଓ ପ୍ରଶଂସିତ ହେବେ
ପ୍ରତିକାର – ଶ୍ରୀ ଗଣେଷଙ୍କ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨