କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ରବିବାର । ଚନ୍ଦ୍ର- କନ୍ୟା ଅହୋରାତ୍ର,ତିଥି- ୪ର୍ଥୀ ରାତ୍ରି ୦୨.୧୬ ଗତେ ୫ମୀ,ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର,ଘାତବାର- ମେଷ ରାଶିର,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।
ଧନିଷ୍ଠା- ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦିତା ବଢିବ । ଦୂର ଜାଗାକୁ ଭ୍ରମଣରେ ଯାଇ ପାରନ୍ତି । ଚାକିରି କ୍ଷେତ୍ରରେ ସହନଶୀଳତା ବଢିବ ଓ ପ୍ରଂଶସା ମିଳିବ । ନେତ୍ରପିଡା ଅନୁଭବ କରି ପାରନ୍ତି ।
ଶତଭିଷା- ମନ୍ଥରତା ଭିତରେ ମଧ୍ୟ ବ୍ୟବସାୟରେ ସୁଫଳତା ପାଇବେ । ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ଅଧିକ ସମୟ କଟାଇବେ । ଯାତ୍ରା ସମୟରେ ଦୁର୍ଘଟଣା ଗସ୍ତ ହୋଇପାରନ୍ତି
ପୂ,ଭାଦ୍ରପଦ- ମାଲିମକଦ୍ଦମା ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ନୂଆ ବାହାନ କିଣିବାର ଆଶା ପୂରଣ ହୋଇପାରେ । ଭାଗ୍ୟର ସହଯୋଗରେ ପୂର୍ବରୁ ଚାଲିଥିବା ସମସ୍ୟାରୁ ମୁକ୍ତ ହେବେ ।
ପ୍ରତିକାର – ମହାଦେବଙ୍କ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮