ସୌର ତୁଳା ମାସ କାର୍ତ୍ତିିକ ଶୁକ୍ଳପକ୍ଷ। ଇଂରାଜୀରେ ୧୫ ତାରିଖ ବୁଧବାର, ଚନ୍ଦ୍ର- ବିଛା ରାତ୍ରି ୦୩.୦୦ ଗତେ ଧନୁ ତିଥି- ୨ୟା ଦିବା ୦୧.୪୭ ଗତେ ୩ୟା ଘାତଚନ୍ଦ୍ର- ରାତ୍ରି ୦୩.୦୦ ଗତେ ତୁଳା ଓ କୁମ୍ଭ ରାଶିର ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ- ଅନ୍ନଦାନ ଦିବା ୦୧.୪୭ ପର୍ଯ୍ୟନ୍ତ
ପୂ,ଭାଦ୍ରପଦ- ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ । ଭାଙ୍ଗି ଯାଇଥିବା ସପଂର୍କ ପୁନର୍ବାର ଯୋଡି ହୋଇପାରେ । ନିଜର ବ୍ୟବସାୟକୁ ବିସ୍ତାର କରିବା ପାଇଁ ପଦକ୍ଷପ ନେବେ । ନିଜର ମନ ଅନୁସାରେ କର୍ମ କ୍ଷେତ୍ରରେ ସ୍ୱାଧିନତା ପାଇବେ । ପାରିବାରିକ ଜୀବନେର ସନ୍ତୁଳତା ରକ୍ଷା କରିବେ
ଉ,ଭାଦ୍ରପଦ- ବିବାହ ଆଶାୟୀ ଯୁବକ, ଯୁବତୀ ମାନଙ୍କ ପାଇଁ ନିଜ ପସନ୍ଦର ଜୀବନସାଥୀ ମିଳିପାରେ । ରାଜନୈତିକ କ୍ଷେତ୍ରରେ ପ୍ରବଳ ଲୋକ ସମର୍ଥନ ମିଳିବ । ବିଶିଷ୍ଟ ବ୍ୟକ୍ତିମାନଙ୍କ ପରାମର୍ଶକ୍ରମେ ଆଜିର କାମ ଗୁଡିକୁ ସବୁ ଠିକ୍ଠିକ୍ ହୋଇଯିବ
ରେବତୀ-ମାଲିମକଦ୍ଦମାରେ ଚିନ୍ତାଗ୍ରସ୍ତ ରହିବେ । ମହିଳାମାନେ ନକାରତ୍ମକ ଚିନ୍ତାଧାରା ମନକୁ ସୃଷ୍ଟି ହେବ । ନିଜର ବାସସ୍ଥାନ କରିବା ପାଇଁ ନୂତନ ଜମିଜମା କ୍ରୟ କରିବା ପାଇଁ ଯୋଜନା କରିପାରନ୍ତି
ପ୍ରତିକାର- କେଶର, ବୁଟ , ହଳଦୀ ଆଦିକୁ ଖାଦ୍ୟ ପହାର୍ଥରେ ସାମିଲ୍ କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩