• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 15th Nov 2023: ନୂଆ ଗାଡ଼ି କିଣିବାର ଆଶା ପୂରଣ ହୋଇପାରେ, କମ୍ ପରିଶ୍ରମରେ ଆଶାଜନକ ଫଳ ମିଳିପାରେ...

ସୌର ତୁଳା ମାସ  କାର୍ତ୍ତିିକ ଶୁକ୍ଳପକ୍ଷ। ଇଂରାଜୀରେ ୧୫ ତାରିଖ ବୁଧବାର, ଚନ୍ଦ୍ର- ବିଛା ରାତ୍ରି ୦୩.୦୦ ଗତେ ଧନୁ ତିଥି-  ୨ୟା ଦିବା ୦୧.୪୭ ଗତେ ୩ୟା  ଘାତଚନ୍ଦ୍ର- ରାତ୍ରି ୦୩.୦୦ ଗତେ ତୁଳା ଓ କୁମ୍ଭ ରାଶିର ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ- ଅନ୍ନଦାନ ଦିବା ୦୧.୪୭ ପର୍ଯ୍ୟନ୍ତ

Libra

ତୁଳା

Wednesday 15 Nov 2023

ଚିତ୍ରା- ପାରିବାରରେ ପିତାମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ଭାଇଭଉଣୀମାନେ ଆପଣଙ୍କ ସହିତ ରହିବେ । ନିଜ ଲୋକଙ୍କୁ ବୃଥା ସନ୍ଦେହ କରି ନିଜେ ହିଁ କ୍ଷତିରେ ପଡିବେ । ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ରହିଛି
ସ୍ୱାତୀ- କର୍ମକ୍ଷେତ୍ରରେ ନିମ୍ନ ବର୍ଗୀୟ ବ୍ୟକ୍ତି ବିଶେଷଙ୍କ ଠାରୁ  ଲାଭବାନ୍ ହେବେ । ରାଜନୀତିରେ ପଛକଥାକୁ ଚିନ୍ତା କରି ବିରକ୍ତି ପ୍ରକାଶ କଲେ ଅନିଷ୍ଟକର ପରିସ୍ଥିତି ସୃଷ୍ଟି ହେବ । ସଂଘର୍ଷ କରି ବିଜୟ ଲାଭ ପାଇବେ
ବିଶାଖା- ନିର୍ଭରଯୋଗ୍ୟ ସୁତ୍ରରୁ କିଛି ଅର୍ଥ ପାଇବେ, ଯାହା ଆପଣଙ୍କର ଆର୍ଥିକ ଅସୁବିଧାକୁ ଦୂର କରିପାରେ । ଜମିବାଡି ସମସ୍ୟାର ସ୍ଥିତି ଆପଣଙ୍କ ସପକ୍ଷରେ ରହିବ । ବିଦ୍ୟାର୍ଥୀମାନେ ପ୍ରତିଦ୍ୱନ୍ଦିତାରେ ସଫଳ ହେବା ପାଇଁ ଚେଷ୍ଟା କରିବେ

ପ୍ରତିକାର- କୈାଣସି ଅସହାୟ ବା ଗରିବ ସ୍ତ୍ରୀ ଲୋକଙ୍କୁ ସାହାଯ୍ୟ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :