• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 14th June 2024: ଏହି ରାଶିର ବ୍ୟକ୍ତି ଆଜି ବ୍ୟବସାୟରେ ଲାଭବାନ ହେବେ

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୧୪ ଶୁକ୍ରବାର,ଚନ୍ଦ୍ର- ସିଂହ ଦିବା ୧୧.୫୪ ଗତେ କନ୍ୟା ତିଥି- ୮ମୀ ରାତ୍ରି୨.୦୪ ଗତେ ୯ମୀ,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର , ଦିବା ୧୧.୫୪ ଗତେ ବୃଷ ରାଶିର ଘାତବାର- ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।

Leo

ସିଂହ

Friday 14 Jun 2024

ମଘା- ପିଲାମାନଙ୍କ ବିଶୃଙ୍ଖଳିତ ଆଚରଣ ଓ ଘର ଲୋକଙ୍କ ଦାୟିତ୍ୱହୀନତାରୁ ଚିନ୍ତିତ ରହିବେ। ବନ୍ଧୁବାନ୍ଧବରେ ସମସ୍ୟା ସମାଧାନର ରାସ୍ତା ଖୋଜି ପାଇବେ।ସ୍ୱାସ୍ଥ୍ୟ ସଚେତନତାର ଅଭାବଜନିତ ପୁରାତନ ରୋଗର ପୀଡା ଅନୁଭବ ହୋଇପାରେ ।

ପୂ,ଫାଲଗୁନି- ନିର୍ମାଣାଧୀନ କାମ ଓ ଜମିଜମା ବିବାଦୀୟ ପରିସ୍ଥିତି ସ୍ଥଗିତ ରହିଯିବ । ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କ କାର‌୍ୟ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିପାରେ। ପାଖରେ ନଥିବା ଜିନିଷ ପାଇଁ ତର୍କ ଓ ବିବାଦ ବଢିପାରେ ।

ଉ,ଫାଲଗୁନି- ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ। ବଳିଷ୍ଠ ବ୍ୟକ୍ତିତ୍ୱ ପ୍ରଭାବରୁ କୌଣସି କାମ ଅଟକି ରହିବ ନାହିଁ । ଅର୍ଥସଂକଟ ଦୂରୀଭୂତ ପାଇଁ ବିଶେଷ କିଛି ଚିନ୍ତା କରିବାକୁ ପଡ଼ିବ ନାହିଁ ।

ପ୍ରତିକାର – ମା ଭୂବନେଶୂରୀଙ୍କ ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :